ବିଜେପି ଚାହୁଁଛି ଯେ ସମ୍ବିଧାନକୁ ଫିଙ୍ଗି ଦିଆଯାଉ: ରାହୁଲ ଗାନ୍ଧୀ

ଭୁବନେଶ୍ୱର,୩୦/୪(ସତ୍ୟପାଠ ବ୍ୟୁରୋ):   କେନ୍ଦ୍ରରେ କ୍ଷମତାକୁ ଫେରିଲେ ବିଜେପି ସମ୍ବିଧାନକୁ ଭାଙ୍ଗି ଦେବ ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି। ମଧ୍ୟପ୍ରଦେଶର ଭିଣ୍ଡରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ସମ୍ବିଧାନର ନକଲ ଧରି କହିଛନ୍ତି ଯେ ଚଳିତ ଲୋକସଭା ନିର୍ବାଚନ କୌଣସି ସାଧାରଣ ନିର୍ବାଚନ ନୁହେଁ, ବରଂ ଦୁଇ ବିଚାରଧାରା ମଧ୍ୟରେ ଲଢ଼େଇ।

ସମ୍ବିଧାନ ଯୋଗୁଁ ଗରିବ, ଅନୁସୂଚିତ ଜନଜାତି, ଓବିସିଙ୍କୁ ଅନେକ ଅଧିକାର ମିଳିଛି, ଯେଉଁଥିରେ ଲୋକଙ୍କୁ ମନରେଗା, ଜମି ଅଧିକାର, ସଂରକ୍ଷଣ ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟ ଦିଆଯାଇଛି। ବିଜେପି କ୍ଷମତାକୁ ଆସିଲେ ଏହି ସମ୍ବିଧାନକୁ ଭାଙ୍ଗିଦେବ।

ପ୍ରଧାନମନ୍ତ୍ରୀ ଅମିତ ଶାହା (କେନ୍ଦ୍ର ଗୃହମନ୍ତ୍ରୀ) ଏବଂ ସେମାନଙ୍କ ସାଂସଦମାନେ ମନ ସ୍ଥିର କରିଛନ୍ତି ଯେ ଯଦି ସେମାନେ ନିର୍ବାଚିତ ହୁଅନ୍ତି, ତେବେ ସେମାନେ ସମ୍ବିଧାନକୁ ଭାଙ୍ଗି ଦେବେ। ବିଜେପି ଚାହୁଁଛି ଯେ ଏହି ସମ୍ବିଧାନକୁ ଫିଙ୍ଗି ଦିଆଯାଉ ଏବଂ ୨୦-୨୫ କୋଟିପତି ଦେଶକୁ ଚଳାନ୍ତୁ।

ନିଜ ଭାଷଣରେ ସଂରକ୍ଷଣ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି ୱାୟନାଡ ସାଂସଦ। ଯଦି ଶାସକ ସରକାର ସଂରକ୍ଷଣ ବିରୋଧୀ ନୁହଁନ୍ତି, ତେବେ ପିଏ ୟୁ, ରେଳବାଇ ଓ ଅନ୍ୟାନ୍ୟ କ୍ଷେତ୍ରର ଘରୋଇକରଣ କାହିଁକି କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

Related Posts