ପୁଣି ସରଗରମ ବିହାର ରାଜନୀତି; ଜେଡିୟୁ ଛାଡ଼ି ବିଜେପିରେ ଯୋଗଦେଇ ପାରନ୍ତି ରାଜ୍ୟସଭା ଉପାଧକ୍ଷ ହରିବଂଶ ନାରାୟଣ ସିଂହ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟସଭାରେ ଉପାଧକ୍ଷ ଥିବା ଜେଡିୟୁର ହରିବଂଶ ନାରାୟଣ ସିଂହଙ୍କୁ ନେଇ ପୁଣି ବିହାର ରାଜନୀତି ସରଗରମ ହେବାରେ ଲାଗିଛି । କୁହାଯାଉଛି ଯେ ଜେଡିୟୁରୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିବା ହରିବଂଶ ନାରାୟଣ ସିଂହ ବିଜେପିରେ ଯୋଗ ଦେଇ ପାରନ୍ତି । ସୂଚନା ଅନୁସାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅଗଷ୍ଟ ୯ ତାରିଖରେ ଏକ ଦଳୀୟ ବୈଠକ ଡାକିଥିଲେ ।ଏହି ବୈଠକରେ ହରିବଂଶ ସାମିଲ ହୋଇ ନଥିଲେ । ସେପଟେ ହରିବଂଶଙ୍କ ନିକଟତର ଲୋକଙ୍କ କହିବା କଥା କି ଏହି ବୈଠକକୁ ହରିବଂଶକୁ ନିମନ୍ତ୍ରଣ କରାଯାଇ ନଥିଲା । ଏହି ଘଟଣା ପରେ ହରିିବଂଶ ଦଳ ଛାଡୁଥିବା ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

ସେପଟେ କୁହାଯାଉଛି କି ଜେଡିୟୁର ପୂର୍ବତନ ସାଂସଦ ଆରସିପି ସିଂଙ୍କ ମାଧ୍ୟମରେ ବିଜେପି ଜେଡିୟୁକୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲା । ହେଲେ ତା ପୂର୍ବରୁ ଜେଡିୟୁ ଏନଡିଏ ଠାରୁ ଅଲଗା ହୋଇ ମହାଗଠବନ୍ଧନର ସମର୍ଥନରେ ସରକାର ଗଠନ କରିସାରିଛି । ଏହି ଘଟଣା ପରେ ବିହାର ରାଜନୀତିର ସମୀକରଣ ସମ୍ପୂର୍ଣ୍ଣ ବଦଳି ଯାଇଛି । ହେଲେ ଭାରତୀୟ ଜନତା ପାର୍ଟି ଏବେ ମଧ୍ୟ ନିଜର ପରାଜୟ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ । ଏନଡିଏରୁ ଜେଡିୟୁ ଅଲଗା ହେବା ପରେ ଚର୍ଚ୍ଚା ହେଉଛି କି ହରିବଂଶ ରାଜ୍ୟସଭାର ଉପାଧକ୍ଷ ପଦରୁ ଇସ୍ତଫା ଦେବେ । କହିରଖୁ କି ୨୦୧୮ ମସିହା ଅଗଷ୍ଟ ୮ ତାରିଖରେ ହରିବଂଶ ରାଜ୍ୟସଭାର ଉପାଧକ୍ଷ ଭାବେ ଚୟନ ହୋଇଥିଲେ ।

Related Posts