ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚାଷୀ ପ୍ରସଙ୍ଗକୁ ନେଇ ପୁଣି ବିଧାନସଭାରେ ହଟ୍ଟଗୋଳ । ଚାଲି ପାରିଲାନି ଗୃହ କାର୍ଯ୍ୟ। ଗୃହର ମଧ୍ୟଭାଗକୁ ଆସି ଉଭୟ ବିରୋଧୀ ଓ ଶାସକ ଦଳଙ୍କ ପ୍ରବଳ ହଟ୍ଟଗୋଳ କରିଛନ୍ତି । ଏହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ୍ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ।
ସୂଚନାନୁଯାୟୀ ବିଧାନସଭାରେ ଶୀତକାଳୀନ ଅଧିବେଶନର ଆଜି ୨ୟ ଦିନ । ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ପାଇଁ ଚାଲିପାରିନଥିଲା ଗୃହ । ଚାଷୀ ସମସ୍ୟା ନେଇ ବିଧାନସଭାରେ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଉଭୟ ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ହଟ୍ଟଗୋଳ ସହ ହୋହଲ୍ଲା ହୋଇଥିଲା । ଫସଲ ବୀମା ଯୋଜନା ପ୍ରସଙ୍ଗ ଉଠାଇଲେ ବିରୋଧୀ । ଏମ୍ଏସ୍ପି ବୃଦ୍ଧି ଦାବିରେ ଶାସକ ଦଳ ମଧ୍ୟ ହୋହଲ୍ଲା କରିଛନ୍ତି । ଫଳରେ ପୂର୍ବରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ୍ ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବି ଘୋଷଣା କରିଥିଲେ ।
ସୂଚନା ଥାଉକି, ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହୋହଲ୍ଲା କରିଥିଲେ ଉଭୟ ଶାସକ ଓ ବିରୋଧୀ। ଚାଷୀ ପ୍ରସଙ୍ଗକୁ ନେଇ ହୁଲସ୍ତୁଲ ହୋଇଥିଲା ବିଧାନସଭା। ବିଜେଡି, ବିଜେପି ଓ କଂଗ୍ରେସ ସମସ୍ତ ଦଳ ହଟ୍ଟଗୋଳ କରିଥିଲେ।ଏମିତିକି ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି କରିଥିଲେ ବିରୋଧୀ ।
ବିରୋଧୀ ବିଜେପି ଓ କଂଗ୍ରେସ ଫସଲ ବୀମା, ମଣ୍ଡି ସମସ୍ୟା ଓ ଇନପୁଟ ସବସିଡି ପ୍ରସଙ୍ଗରେ ହୋ ହାଲ୍ଲା କରିବା ସହ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢି ନାରାବାଜି ଓ ବିରୋଧ ପ୍ରଦର୍ଶନ କରିଥିଲେ।
ସେପଟେ ବିଜେଡି ବିଧାନସଭାରେ ଉଠାଇଥିଲା ଧାନର ଏମଏସପି ପ୍ରସଙ୍ଗ । ଏମଏସପି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଦଳର ସଦସ୍ୟ ମାନେ ନାରାବାଜି ଓ ବିରୋଧ ପ୍ରଦର୍ଶନ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ । ବର୍ତ୍ତମାନ ବିଧାନସଭାର ଗାନ୍ଧୀ ମୂର୍ତ୍ତିତଳେ ବିଜେଡି ବିଧାୟକ ମାନେ ଧାରଣା ଦେଇଥିବା ବେଳେ ଏମଏସପିକୁ ନେଇ ଲଢେଇ ଜାରି ରହିବ ବୋଲି ବିଜେଡ଼ି କହିଛି। ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିବାକୁ ଦଳ ପକ୍ଷରୁ ବିଧାୟକ ମାନେ ବିଧାନସଭା ପରିସରରୁ ରାଜଭବନ ଅଭିମୁଖେ ବାହାରିଛନ୍ତି।
