ପୁଣି ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ, ଭାରତୀୟ ଯବାନ ଦେଲେ ଉଚିତ୍ ଜବାବ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଭାରତ-ପାକ ସୀମାରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ। ଜମ୍ମୁକଶ୍ମୀରର ଅରନିୟା ସେକ୍ଟରରେ ପାକିସ୍ତାନ ପକ୍ଷରୁ ହୋଇଛି ଗୁଳିମାଡ। ପାକିସ୍ତାନୀ ସୈନିକମାନେ ସୀମାକୁ ଘେରି ରହିଥିବା ଭାରତୀୟ ବିଏସଏଫ ଯବାନଙ୍କ ଉପରକୁ ଗୁଳି ଚଳାଇଛନ୍ତି। ତେବେ ଭାରତ ମଧ୍ୟ ଏହାର ଦେଇଛି ମୁହଁତୋଡ ଜବାବ।

ସୂଚନା ମୁତାବକ, ଆଜି ସକାଳୁ ପାକିସ୍ତାନୀ ସେନା ଅରନିୟା ସେକ୍ଟରରେ ବିଏସ୍‌ଏଫ୍‌ ପେଟ୍ରୋଲିଂ ଟିମ୍‌ ଉପରାକୁ ଗିଳିମାଡ କରିଛି। ତେବେ ଏଥିରେ କୌଣସି ଯବାନ ମୃତହାତ ହୋଇନଥିବା ସୂଚନା ମିଳିଛି। ଏହା ପରେ ଭାରତୀୟ ସୁରକ୍ଷା ବାହିନୀ ମଧ୍ୟ ପାକିସ୍ତାନ ସେନାକୁ ଉପଯୁକ୍ତ ଉତ୍ତର ଦେଇଛନ୍ତି। ଭାରତ ପଟୁ ମଧ୍ୟ ପ୍ରବଳ ଗୁଳିମାଡ ହୋଇଛି।

ଏନେଇ ବିଏସ୍‌ଏଫ୍‌ ସୂଚନା ଦେଇ କହିଛି ଯେ, ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଉପରେ ରେଞ୍ଜର୍ସ ଅଫ୍ ପାକିସ୍ଥାନ ଗୁଳି ଚଳାଇଛି। ସୀମାନ୍ତରେ ଭାରତ ଦ୍ୱାରା ପରିଚାଳିତ ଫେନ୍‌ସିଂ କାମକୁ କାର୍ଯ୍ୟକୁ ପାକିସ୍ତାନୀ ରେଞ୍ଜର୍ସ ବିରୋଧ କରୁଥିଲେ। ଏହା ପରେ ସେ ବିଏସଏଫ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ଏଥିରେ କେହି ଆହତ ହୋଇନାହାଁନ୍ତି।

Related Posts