ପୁଣି ଇଡିରେ ହଜାର ହେଲେ ତାଳଚେର ବିଧାୟକ ବ୍ରଜ ପ୍ରଧାନ: ଖଣି କାରବାର ମାମଲାରେ ହୋଇପାରେ ଜେରା

ଭୁବନେଶ୍ୱର,୨୭/୧(ସତ୍ୟପାଠ ବ୍ୟୁରୋ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଦ୍ୱିତୀୟ ଥର ପାଇଁ ହାଜର ହେଲେ ତାଳଚେର ବିଧାୟକ ବ୍ରଜ ପ୍ରଧାନ । ଖଣି କାରବାର ମାମଲା ନେଇ ପୁଣି ଥରେ ଇଡି ବ୍ରଜ ପ୍ରଧାନଙ୍କୁ ଡକାଇ ଥିବା ସୂଚନା ମିଳିଛି। ତେବେ ଏହା ପୂର୍ବରୁ ଇଡି କାର୍ଯ୍ୟାଳୟକୁ ଆସି ସମସ୍ତ ତଦନ୍ତରେ ସହଯୋଗ କରିଛନ୍ତି ବୋଲି କହିଥିଲେ ବ୍ରଜ ।

ସୂଚନା ଥାଉକି, ଗତ ୨୦ ତାରିଖରେ ଇଡିରେ ହାଜର ହୋଇଥିଲେ ତାଳଚେର ବିଧାୟକ । ଖଣି କାରବାର ମାମଲାରେ ଇଡିରେ ହାଜର ହୋଇଥିଲେ ବିଧାୟକ ବ୍ରଜ ପ୍ରଧାନ । ସୂଚନା ଥାଉକି, ବେଆଇନ ଖଣି କାରବାର ମାମଲାରେ ପ୍ରଚୁର ଅର୍ଥ ହାସଲ କରିଥିବା ସୂଚନା ରହିଛି। ଏନେଇ ଇଡିରେ ଜେରାର ସମ୍ମୁଖୀନ ହୋଇପାରନ୍ତି ବିଧାୟକ । ପୂର୍ବରୁ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଛାପା ମାରିଥିଲା ଇଡି । ସେହି ମାମଲା ତଦନ୍ତ ଜାରି ରହିଥିବା ବେଳେ ବ୍ରଜ ପ୍ରଧାନଙ୍କ ଖଣି ଲିଙ୍କ୍ ସମ୍ପର୍କରେ ଜାଣିବାକୁ ପାଇଥିଲା ଇଡି ।

Related Posts