ପୁଣି ବଢିବ କ୍ଷୀର-ଦହି ଦାମ

ନୂଆଦିଲ୍ଲୀ: କ୍ଷୀର-ଦହି ଦାମ ବଢିବ । ଦୁଗ୍ଧଜାତୀୟ ଉତ୍ପାଦର ବ୍ୟବସାୟ କରୁଥିବା କମ୍ପାନୀ ମଦର ଡାଏରୀ ଆଗାମୀ କିଛି ମାସରେ କ୍ଷୀର-ଦହିର ଦାମ ବୃଦ୍ଧି କରିବାକୁ ନେଇ ଚିନ୍ତା କରୁଥିବା କମ୍ପାନୀର ଅଧିକାରୀ ସଂକେତ ଦେଇଛନ୍ତି ।

ମଦର ଡାଏରୀ ଆଶା କରିଛି ଯେ, ଚଳିତ ଆର୍ଥିକ ବର୍ଷରେ କମ୍ପାନିର ବିକ୍ରିରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିପାରେ। ଚଳିତ ବର୍ଷ ବାର୍ଷିକ ଆୟ ୧୫୦୦୦ କୋଟି ଛୁଇଁପାରେ। ମଦର ଡାଏରୀ କ୍ଷୀର ଏବଂ ଦୁଗ୍ଧଜାତୀୟ ଉତ୍ପାଦ ବ୍ୟତୀତ ଫଳ ଏବଂ ପରିବାର କାରବାର କରିଥାଏ।

ସୂଚନାଯୋଗ୍ୟ, ନିକଟରେ ମଦର ଡାଏରୀ କଞ୍ଚାମାଲର ଦାମ ବୃଦ୍ଧିର କାରଣ ଦର୍ଶାଇ କ୍ଷୀର-ଦହିର ମୂଲ୍ୟ ବୃଦ୍ଧି କରିଥିଲା। ଡିଜେଲ୍ ଦାମ ବଢିବାରୁ ପରିବହନ ଖର୍ଚ୍ଚ ମଧ୍ୟ ବଢିଛି। ତେଣୁ ଦାମ ବଢାଇବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି କମ୍ପାନି କହିଥିଲା। ଦରଦାମ ବୃଦ୍ଧିର ଫାଇଦା ଚାଷୀଙ୍କୁ ମଧ୍ୟ ମିଳିଥାଏ ବୋଲି ଅଧିକାରୀ କହିଛନ୍ତି।

ମଦର ଡାଏରୀର ପ୍ରବନ୍ଧ ନିର୍ଦ୍ଦେଶକ ମନୀଷ ବଣ୍ଡଲିଶ କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ କ୍ଷୀର ଏବଂ ଡାଏରୀ ଉତ୍ପାଦର ଚାହିଦା ୧୫ ପ୍ରତିଶତରୁ ଅଧିକ ଦେଖିବାକୁ ମିଳିଛି। ଏହାର ଫାଇଦା ମଦର ଡାଏରୀକୁ ମିଳୁଛି। ମଦର ଡାଏରୀର ୭୦ ପ୍ରତିଶତ ବ୍ୟବସାୟ କ୍ଷୀର ଏବଂ ଦୁଗ୍ଧଜାତୀୟ ଦ୍ରବ୍ୟରୁ ହୋଇଥାଏ।

Related Posts