ପୁଅର ଦଳ ଛାଡ଼ି ଝିଅ ଶର୍ମିଲାଙ୍କ ଦଳରେ ସାମିଲ୍ ହେଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମାଆ ବିଜୟାମ୍ମା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଅର ଦଳ ଛାଡ଼ି ଝିଅ ଶର୍ମିଲାଙ୍କ ଦଳରେ ସାମିଲ୍ ହେଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମାଆ ବିଜୟାମ୍ମା । ତେବେ ଆନ୍ଧ୍ରପ୍ରଦେଶ ଛାଡ଼ି ସେ ଝିଅ ଶର୍ମିଲାଙ୍କ ନବ ଗଠିତ ଦଳ ଦଳ ୱାଇଏସ୍‌ଆର୍‌ ତେଲେଙ୍ଗାନାରେ ଯୋଗ ଦେବେ। ଏନେଇ ବିଜୟାମ୍ମାନ କହିଛନ୍ତି ଯେ ପୁଅ ଜଗନଙ୍କ ସହ ସବୁବେଳେ ତାଙ୍କର ଭଲପାଇବା ରହିବ। ହେଲେ ଝିଅକୁ ରାଜନୈତିକ ସମର୍ଥନ ଦେବାକୁ ସେ ତାଙ୍କ ଝିଅ ଶର୍ମିଲାଙ୍କ ଦଳରେ ସାମିଲ୍ ହେବେ। ସେପଟେ ବିଜୟାମ୍ମା ତାଙ୍କ ଇସ୍ତଫାକୁ ନେଇ କହିଛନ୍ତି ” ଶର୍ମିଲା ତେଲେଙ୍ଗାନାରେ ଏକ ଲୁଢ଼ୁଛନ୍ତି।

ତାଙ୍କ ବାପାଙ୍କ ଆଦର୍ଶକୁ ଆଗକୁ ବଢ଼ାଇବା ପାଇଁ ମୋତେ ତାଙ୍କୁ ସମର୍ଥନ ଦେବାକୁ ହେବ। ଦୁଇଟି ରାଜ୍ୟର ଦୁଇଟି ରାଜନୈତିକ ଦଳରେ ସଦସ୍ୟ ହୋଇ ରହିପାରିବି କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ଥିଲି। ତେବେ YSRCର ସଭାପତି ହୋଇ ରହିବା ମୋ ପାଇଁ କଷ୍ଟକର ହୋଇପଡ଼ିଲା। ବିଜୟମ୍ମା ଆହୁରି କହିଛନ୍ତି ଯେ ଏଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ସେ ଆଦୋ କଳ୍ପନା କରିପାରି ନଥିଲେ। ମୁଁ ଜାଣିନି କାହିଁକି ଏପରି ହେଲା। କୌଣସି ଅବାଞ୍ଚିତ ବିବାଦ ନ ହେବାକୁ ସେ YSRCରୁ ଇସ୍ତଫା ଦେଲେ ବୋଲି ବିଜୟାମ୍ମା କହିଛନ୍ତି।

ତେବେ ତାଙ୍କର ନିଷ୍ପତ୍ତି ନୁହେଁ, ଭଗବାନଙ୍କର ନିଷ୍ପତ୍ତି ଥିଲା ବୋଲି ବିଜୟାମ୍ମାନ କହିଛନ୍ତି। ତେବେ ସୂଚନା ଥାଉକି ବାପାଙ୍କ ସମ୍ପତ୍ତିକୁ ନେଇ ଭାଇ ଜଗନମୋହନ ରେଡ୍ଡୀ ଓ ଭଉଣୀ ଶର୍ମିଲାଙ୍କ ମଧ୍ୟରେ ମତାନ୍ତର ରହିଛି। ଏଭଳି ସ୍ଥିତିରେ ପୁଅଙ୍କ ଦଳରୁ ଇସ୍ତଫା ଦେଇ ଝିଅ ଶର୍ମିଲାଙ୍କ ଦଳରେ ସାମିଲ୍ ହେବା ୱାଇଏସ୍‌ଆର୍ ପରିବାରକୁ ପ୍ରଶ୍ନ ଘେରରେ ଛିଡ଼ା କରିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts