ଜଗମୋହନଙ୍କ ନୂଆ କ୍ୟାବିନେଟରେ ୫ ଉପ-ମୁଖ୍ୟମନ୍ତ୍ରୀ; ସେପଟେ ପ୍ରଥମ କରି ଦଳିତ ମହିଳାଙ୍କୁ ମିଳିଲା ଗୃହମନ୍ତ୍ରୀ ପଦ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆନ୍ଧ୍ରପ୍ରଦେଶରେ ନୂଆ ମନ୍ତ୍ରୀମଣ୍ଡଳ ଗଠନକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଏହା ମଧ୍ୟରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ ପରେ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି । ସେପଟେ ନୂଆ କ୍ୟାବିନେଟରେ ୫ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ବଛାଯାଇଥିବାର ସୂଚନା ମିଳିଛି । ତେବେ ୨୦୧୯ କ୍ୟାବିନେଟର ଡେପୁଟି ସିଏମ ଥିବା ଆମଜାଦ ବାଶା ଏବଂ ନାରାୟଣା ସ୍ୱାମୀଙ୍କୁ ପୁଣିଥରେ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିବାବେଳେ ମୁଥ୍ୟାଲା ନାଇଡୁ, କିଟ୍ଟୁ ସତ୍ୟନାରାୟାଣା ଏବଂ ରଜନ୍ନା ଦୋରାଙ୍କୁ ନୂଆ କରି ଉପମୁଖ୍ୟମନ୍ତ୍ରୀର ଦାୟିତ୍ୱ ପ୍ରଦାନ କରାଯାଇଛି । ଅନ୍ୟପଟେ ରାଜ୍ୟରେ ପ୍ରଥମଥର କରି ଜଣେ ଦଳିତ ମହିଳା ଏମ. ସୁଚରିତାଙ୍କୁ ଗୃହମନ୍ତ୍ରୀ କରାଯାଇଛି ।

ରାଜ୍ୟସଭା ସଦସ୍ୟ ମୋପିଦେବୀ ଭେଙ୍କଟରମଣାଙ୍କୁ ସୁଚରିତା ଇସ୍ତଫା ପତ୍ର କରିଛନ୍ତି । ଆନ୍ଧ୍ର ପ୍ରଦେଶର ନବନିର୍ମିତ କ୍ୟାବିନେଟରେ ସୁଚରିତାଙ୍କୁ ମିଶାଇ ୪ ଜଣ ମହିଳାଙ୍କୁ ମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରାଯାଇଛି । କେବଳ ଏତିକି ନୁହେଁ ବରଂ ସାଉଥ ଫିଲ୍ମ ଅଭିନେତ୍ରୀ ରୋଜାଙ୍କୁ ମଧ୍ୟ ମନ୍ତ୍ରୀ ପଦ ଦେଇଛନ୍ତି ଜଗନ । ନୂଆ କ୍ୟାବିନେଟରେ ୧୧ ପୁରୁଣା ଚେହେରା ଥିବାବେଳେ ୨୫ ମନ୍ତ୍ରୀଙ୍କ ମଧ୍ୟରୁ ୧୭ ଜଣ ଦଳିତ, ଆଦିବାସୀ ଓ ଅନ୍ୟ ସମ୍ପ୍ରଦାୟର ନେତାଙ୍କୁ ମନ୍ତ୍ରୀପଦ ଦିଆଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts