ଅନୁଗୁଳରେ ଦଳିତଙ୍କ ଘରେ ରାତ୍ରୀଭୋଜନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚାଲିଆସୁଥିବା ଆଜାଦି କା ଅମୃତ ମହୋତ୍ସବ ର ଅଂଶ ଭାବରେ ଓଡ଼ିଶା ଗସ୍ତ ରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗୁରୁବାର ଦିନ ଅନୁଗୁଳ ଜିଲ୍ଲା ର ଏକ ଦଲିତ ପରିବାର ରେ ରାତ୍ରୀ ଭୋଜନ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଗତ କାଲି ଅନୁଗୁଳ ରେ ଥିବା ସମୟରେ ଅନୁଗୁଳ ସହରର ୱାର୍ଡ ନଂ -11 ର ବାସିନ୍ଦା ଦୁଃଖବନ୍ଧୁ ନାୟକଙ୍କ ଘରେ ପରିଦର୍ଶନ କରି ରାତ୍ରୀ ଭୋଜନ କରିଥିଲେ। ଏହାପୂର୍ବରୁ ମନ୍ତ୍ରୀ ଦିନ ତମାମ ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ସୂଚନା ଅନୁସାରେ ଭାରତ ସ୍ଵାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସର ରେ ଆଜାଦି କା ଅମୃତ ମହୋତ୍ସବ କେନ୍ଦ୍ର ସରକାରଙ୍କ ଦ୍ୱରା ପାଳନ କରାଯାଉଛି ।

Related Posts