ଆନ୍ଧ୍ରପ୍ରଦେଶ ଗୌରପଟ୍ଟନମରେ ଔଷଧ କାରଖାନାରେ ବିସ୍ପୋରଣ: ୩ ମୃତ

ଗୌରୀପଟ୍ଟନମ : ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲା ଗୌରପଟ୍ଟନମରେ ଥିବା ଏକ ଔଷଧ କାରଖାନାରେ ବିସ୍ପୋରଣ ଘଟିଛି । ଫଳରେ ଏହି ବିସ୍ଫୋରଣରେ ୩ ଜଣ ପ୍ରାଣ ହରାଇଛନ୍ତି। ଜିଲ୍ଲା କଲେକ୍ଟର କେ. ମାଧବୀ ଲତା ଦୁର୍ଘଟଣାରେ ପ୍ରତି ମୃତକଙ୍କ ଲାଗି ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। ପୋଲିସ ସୂତ୍ର ଅନୁସାରେ ଦୁର୍ଘଟଣା ଗୌରପଟ୍ଟନମସ୍ଥିତ ଭିଜନ ଡ୍ରଗ୍ସ ପ୍ରାଇଭେଟ ଲିମିଟେଡରେ ହୋଇଛି ।

କର୍ମଚାରୀମାନେ କାରଖାନାରେ କୌଣସି ଏକ ବୈଷୟିକ ତ୍ରୁଟି ସୁଧାର ଲାଗି ଉଦ୍ୟମ କରିବା ବେଳେ ପାଇପ୍ ଲାଇନରେ ବିସ୍ପୋରଣ ହୋଇଛି। କେମିକାଲ ଓ ପାଣି ରିସାଇକ୍ଲିଂ ଲାଗି ଥିବା ପାଇପ ଲାଇନରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କାରଖାନାର ଜଣେ ଉପ ପ୍ରବନ୍ଧକ,ଜଣେ ସିଫ୍ଟ ଇନଚାର୍ଜ ଓ ଜଣେ କେମିଷ୍ଟଙ୍କ ମୃତ୍ୟୁ ହୋଇଛି। ବିସ୍ପୋରଣ ଏତେ ଭୟାନକ ଥିଲା ଯେ କାଚ୍ ଓ ଟିଣ ଚଦର ଛିଟକି ୩ ଜଣଙ୍କ ଶରୀରରେ ପଶି ଯାଇଥିଲା।

ଔଷଧ କାରଖାନାର ଅନ୍ୟ କର୍ମଚାରୀମାନେ ଆହତଙ୍କୁ ଉଦ୍ଧାର କରି ତୁରନ୍ତ କୋଭୁରୁସ୍ଥିତ ହସ୍ପିଟାଲକୁ ନେଇ ଯାଇଥିଲେ। ତେବେ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ରାଜ୍ୟ ଗୃହମନ୍ତ୍ରୀ ଟି. ବନିତା ହସ୍ପିଟାଲ ଗସ୍ତ କରି ଦୁର୍ଘଟଣା ସମ୍ପର୍କରେ ସୂଚନା ସଂଗ୍ରହ କରିଛନ୍ତି। ତେବେ କାରଖାନାରେ ବିସ୍ପୋରଣ ମ୍ୟାନେଜମେଣ୍ଟର ବେପରୁଆ କାମ ଯୋଗୁ ହୋଇଥିବାର ଅନୁମାନ କରାଯାଉଛି। ତେବେ ଜିଲ୍ଲାପାଲ ପ୍ରତି ମୃତକଙ୍କ ପରିବାର ନିମନ୍ତେ ୨୦ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।

Related Posts