ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ମାମଲା; ମୃତଦେହ ମିଳିଥିବା ନଦୀରୁ ଉଦ୍ଧାର ହେଲା ମୋବାଇଲ, ଖୋଲିପାରେ ହତ୍ୟାର ରହସ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡର ଯାଂଚ କରୁଥିବା ଟିମକୁ ଏକ ବଡ ସଫଳତା ମିଳିଛି । ଅଙ୍କିତାଙ୍କ ମୃତ ଦେହ ଯେଉଁ ଚିଲ୍ଲା ବ୍ୟାରେଜ ତଳୁ ମିଳିଥିଲା ସେଇଠାରୁ ହିଁ ଆଜି ଯାଂଚ ଏଜେନ୍ସି ଅଙ୍କିତାଙ୍କ ମୋବାଇଲକୁ ଉଦ୍ଧାର କରିଥିବା କଥା କୁହାଯାଉଛି । ହେଲେ ଏହି ମୋବାଇଲ ଅଙ୍କିତାଙ୍କର କି ନୁହେଁ ତା ସ୍ପଷ୍ଟ ହୋଇନାହିଁ । ଅଧିକ ଯାଞ୍ଚ୍ ପରେ ଏନେଇ ସ୍ପଷ୍ଟ ହୋଇପାରିବ ବୋଲି ଯାଞ୍ଚ କରୁଥିବା ଅଧିକାରୀ କହିଛନ୍ତି। ତେବେ ଯଦି ଏହି ମୋବାଇଲଟି ଅଙ୍କିତାଙ୍କର ହୋଇଥାଏ ତେବେ ଏଥିରୁ ଅନେକ କିଛି ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି।

ଅନ୍ୟପଟେ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡର ଯାଂଚ କରୁଥିବା ଏସଆଇଟି ଟିମକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଏହି ମାମଲାରେ କୋର୍ଟ ଦ୍ୱାରା ଚୟନ ହୋଇଥିବା ଓକିଲ ଅରବିନ୍ଦ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡ ଉପରେ ଯାଂଚ କରୁଥିବା ଏସଆଇଟି ରାଜ୍ୟରେ କ୍ଷମତାରେ ଥିବା ଧାମୀ ସରକାରଙ୍କ ଅଧିନରେ କାମ କରୁଥିବାରୁ ସେମାନଙ୍କ ଠାରୁ ନ୍ୟାୟ ଆଶା କରାଯାଇ ପାରିବ ନାହିଁ ।

ସୂଚନାଯୋଗ୍ୟ ଯେ, ଏହି ଘଟଣାଟି ଉତ୍ତରାଖଣ୍ଡର ପୈାଡି ଗଢବାଲ ଜିଲ୍ଲାର । ଏଠାରେ ଗଙ୍ଗା ଭୋଗପୁର ସ୍ଥିତ ବନତ୍ରା ରିଜର୍ଟର ମାଲିକ ପୁଲକିଲ ଆର୍ଯ୍ୟ ଓ ତାଙ୍କର ଦୁଇଜଣ ବନ୍ଧ ରିଜର୍ଟର ରିସେପସନିଷ୍ଟ ଥିବା ଅଙ୍କିତା ଭଣ୍ଡାରୀଙ୍କୁ ସେପ୍ଟେ୍ମ୍ବର ୧୮ ତାରିଖ ରାତିରେ ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିଲେ । ଏନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଏବେ ଘଟଣାର ତଦନ୍ତ କରୁଛି ।

Related Posts