ଆସନ୍ତାକାଲି ଦେଶରେ ୫ଜି ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତାକାଲି ଦେଶରେ ଲଞ୍ଚ ହେବ ୫ଜି ସେବା। ଅକ୍ଟୋବର ୧ ତାରିଖ ଅର୍ଥାତ୍ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ସମୟରେ, ନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ ୫ଜି ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୫ଜି ପ୍ରଯୁକ୍ତି ଦ୍ୱାରା ଅବାଧ କଭରେଜ, ହାଇସ୍ପିଡ଼ ଡାଟା, କମ ବିଳମ୍ବତା ଓ ଅଧିକ ବିଶ୍ୱସନୀୟ ଯୋଗାଯୋଗ ଉପଲବ୍ଧ ହେବ।ଏହାଦ୍ୱାରା ଶକ୍ତି, ସ୍ପେକ୍ଟ୍ରମ ଓ ନେଟୱର୍କ ଦକ୍ଷତା ମଧ୍ୟ ବଢିବ।

ପ୍ରଧାନମନ୍ତ୍ରୀ ଭାରତୀୟ ମୋବାଇଲ କଂଗ୍ରେସ (ଆଇଏମସି)ର ଷଷ୍ଠ ସଂସ୍କରଣକୁ ମଧ୍ୟ ଆସନ୍ତାକାଲି ଉଦଘାଟନ କରିବେ । ଆଇଏମସି ୨୦୨୨ ଅକ୍ଟୋବର ୧ରୁ ୪ ପର୍ଯ୍ୟନ୍ତ ‘ନ୍ୟୁ ଡିଜିଟାଲ ୟୁନିଭର୍ସ’ ବିଷୟବସ୍ତୁକୁ ନେଇ ଆୟୋଜିତ ହେବ । ପ୍ରମୁଖ ବୁଦ୍ଧିଜୀବି, ଉଦ୍ୟୋଗୀ, ଅନ୍ୱେଷକ ଓ ସରକାରୀ ଅଧିକାରୀମାନେ ଏକାଠି ଗୋଟିଏ ମଞ୍ଚରେ ଡିଜିଟାଲ ପ୍ରଯୁକ୍ତିର ଦ୍ରୁତ ଗ୍ରହଣୀୟତା ସହ ଏହାର ପ୍ରସାର ଦ୍ୱାରା ମିଳିବାକୁ ଥିବା ନିଆରା ସୁଯୋଗ ସମ୍ପର୍କରେ ଆଲୋଚନା କରିବା ସହ ଦିଗଦର୍ଶନ ପ୍ରଦାନ କରିବେ।

Related Posts