ଯୁଦ୍ଧ ଭୂମି ୟୁକ୍ରେନରୁ ସୁରକ୍ଷିତ ଭାବେ ଭାରତ ଫେରିଲେ ଆଉ ୨୧୦ ଭାରତୀୟ

ୟୁକ୍ରେନ ରେ ତାଣ୍ଡବ ରଚୁଛି ରୁଷ ସେନା | ଲଗାତାରଭାବେ ୟୁକ୍ରେନ ଉପରେ ଆକ୍ରମଣ କରିଚାଲିଛି | ତେବେ ଏହି ଆକ୍ରମଣ ମଧ୍ଯ୍ୟରେ ସେଠାରେ ଫସି ରହିଥିବା ଭାରତୀୟଂକୁ ଉଦ୍ଧାର କରିବା ସରକାରଙ୍କ ପାଇଁ ବଡ ଚ୍ୟାଲେଜ ଥିବା ବେଳେ, ସରକାର ଯୁଦ୍ଧ କାଳୀନ ଭିର୍ତ୍ତିରେ ଉଦ୍ଧାର କରୁଛନ୍ତି | ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଚାଲିଛି ଭାରତୀୟଙ୍କ ଉଦ୍ଧାର ଅପରେସନ । ପଡୋଶୀ ରାଷ୍ଟ୍ର ଦେଇ ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅପରେସନ ଗଙ୍ଗା ଜରିଆରେ ଆଉ ୪୨୦ ଭାରତୀୟ ସ୍ବଦେଶ ଫେରିଛନ୍ତି । ବାୟୁସେନାର ଦୁଇଟି C-17 ବିମାନ ରୋମାନିଆ ରାଜଧାନୀ ବୁକାରେଷ୍ଟ ଏବଂ ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟରୁ ୪୨୦ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ହିଣ୍ଡୋନ ଏୟାରବେସରେ ଅବତରଣ କରିଛି । ୟୁକ୍ରେନ ଫେରନ୍ତା ଯାତ୍ରୀଙ୍କୁ ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଅଜୟ ଭଟ୍ଟ ସ୍ବାଗତ କରିଛନ୍ତି ।

ଏହାପୂର୍ବରୁ ଆଜି ରୋମାନିଆରୁ ୨୧୦ ଭାରତୀୟଙ୍କୁ ନେଇ ସ୍ବତନ୍ତ୍ର ଇଣ୍ଡିଗୋ ବିମାନ ଦିଲ୍ଲୀରେ ପହଞ୍ଚିଥିଲା । ଅପରେସନ ଗଙ୍ଗା ଅଧିନରେ ଏହି ସ୍ବତନ୍ତ୍ର ଇଣ୍ଡିଗୋ ବିମାନ ଗତକାଲି(ଗୁରୁବାର) ରୋମାନିଆ ରାଜଧାନୀରୁ ବୁକାରେଷ୍ଟରୁ ଭାରତ ଅଭିମୁଖେ ଉଡାଣ ଭରିଥିଲା । ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ବିମାନଟି ଅବତରଣ କରିବା ପରେ କେନ୍ଦ୍ର ରାଷ୍ଟ୍ର କୃଷିମନ୍ତ୍ରୀ କୈଳାଶ ଚୌଧୁରୀ ୟୁକ୍ରେନ ଫେରନ୍ତାଙ୍କୁ ସ୍ବାଗତ କରି ସେମାନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ଭାରତୀୟ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତ ଫେରିଛନ୍ତି । ଏବେସୁଦ୍ଧା ୟୁକ୍ରେନରୁ ୬ ହଜାରରୁ ଅଧିକ ଭାରତୀୟ ସ୍ବଦେଶ ଫେରିଥିବାର ଜଣାପଡିଛି । ଆଜି ଆଉ ୧୮ ବିମାନ ଯୋଗେ ଭାରତୀୟ ଫେରିବେ ବୋଲି ବୈଦଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ବିଟ୍ କରିଛନ୍ତି ।

ଫେରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୩୭ ଓଡ଼ିଆ ଛାତ୍ରଛାତ୍ରୀ ରହିଛନ୍ତି । ଓଡ଼ିଶା ମୋ ପରିବାର ଓ କେନ୍ଦ୍ର ସରକାରଙ୍କ ସହାୟତାରେ ଯୁଦ୍ଧ ଭୂମିରୁ ଫେରିଲା ପରେ ସେଠାକାର ଭୟଙ୍କର ଅନୁଭୂତି କଥା କହିଛନ୍ତି ଛାତ୍ରଛାତ୍ରୀ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହାୟତାରେ ସମ୍ପୁର୍ଣ୍ଣ ସୁରକ୍ଷିତ ଭାବେ ଓଡ଼ିଶା ଫେରିଛନ୍ତି ଛାତ୍ରଛାତ୍ରୀ । ଦିଲ୍ଲୀରୁ ଆସି ଭୁବନେଶ୍ୱର ପହଂଚିବା ପର୍ଯ୍ୟନ୍ତ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

Related Posts