ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ଯୁଦ୍ଧ କାଳୀନ ଭିତ୍ତିରେ ନିଜ ଦେଶବାସୀଙ୍କୁ ସୁରକ୍ଷିତ ଭାବେ ଆଣିବା ନେଇ ଅକ୍ଲାନ୍ତ ପରିଶ୍ରମ ଜାରୀ ରଖିଛି । ଆଜି 219 ଜଣ ଭାରତୀୟ ସୁରକ୍ଷିତ ଭାବେ ଭାରତରେ ପହଞ୍ଚିଥିବା ବେଳେ ଆସନ୍ତା କାଲି ଆଉ 250 ଭାରତୀୟ ନାଗରିକ ଦିଲ୍ଲୀ ପହଞ୍ଚିବେ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ।

ବୈଦେଶିକ ମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ଅପରେସନ ଗଙ୍ଗା ଜାରି ରହିଛି। ବୁଖାରେଷ୍ଟରୁ ଦ୍ୱିତୀୟ ବିମାନ 250 ଭାରତୀୟ ନାଗରିକଙ୍କ ସହ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଦ୍ୱିତୀୟ ବିମାନ ଆସନ୍ତାକାଲି (ରବିବାର) ସକାଳେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବ ।ଭାରତର ଦୂତାବାସ ୟୁକ୍ରେନରେ ଅଟକି ରହିଥିବା ଭାରତୀୟ ନାଗରିକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରଖିଛି । ତେବେ କାଲି ଆସୁଥିବା ବିମାନ ଦିଲ୍ଲୀ ବିମାନ ବନ୍ଦରରେ ସକାଳ 7 ଟା 45 ମିନିଟରେ ଅବତରଣ କରିବ ବୋଲି ଆଶା ରଖାଯାଉଛି ।