ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଯନ୍ତ୍ରୀ: କେନ୍ଦୁଝର ଜିଲ୍ଲା ସାଳପଡା ସହକାରୀ ଯନ୍ତ୍ରୀ ଉମେଶ କୁମାର ସାସନୀଙ୍କ ଘରେ ଭିଜିଲାନ୍ସ ରେଡ଼

ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଆଉ ଜଣେ ସରକାରୀ ଅଧିକାରୀ। ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ ହୋଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ଡିଭିଜନ ସାଳପଡା ସହକାରୀ ଯନ୍ତ୍ରୀ ଉମେଶ କୁମାର ସାସନୀଙ୍କ ଘରେ ଭିଜିଲାନ୍ସ ରେଡ଼ ଚାଲିଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି

ଖବର ଅନୁଯାୟୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ସହକାରୀ ଯନ୍ତ୍ରୀ ଉମେଶ କୁମାର ସାସନୀଙ୍କ ଘରେ ରେଡ୍‌ ଚାଲିଛି । ମୋଟ୍ ୮ଟି ସ୍ଥାନରେ ଭିଜିଲାନ୍ସର ୯ଟି ଟିମ୍‌ ଚଢ଼ାଉ କରୁଛି । ଏହିସବୁ ସ୍ଥାନମାନଙ୍କ ମଧ୍ୟରେ ଭଦ୍ରକ ସହରର ଅପର୍ତ୍ତିବିନ୍ଧା ରହିଥିବା ବେଳେ ବାଲେଶ୍ୱର , କେଉଁଝର ଆନନ୍ଦପୁର ରହିଛି । ନନ୍ଦିପଦା ସ୍ଥିତ ଘର , ଭୁବନେଶ୍ୱର ଫ୍ଲାଟ , ଅଫିସ , ଭଦ୍ରକରେ ସ୍ତ୍ରୀ ଙ୍କ ନାଁ ରେ ଥିବା ଘର , ଶ୍ବଶୁର ଘର ଆଦି ସ୍ଥାନରେ ଚଢ଼ାଉ ଚାଲିଛି। ତେବେ ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଠାବ ହୋଇଛି ସେନେଇ ସଠିକ୍ ତଥ୍ୟ ମିଳିପାରିନାହିଁ ।

Related Posts