ଚୀନରେ ବିମାନ ଦୁର୍ଘଟଣାରେ ଶତାଧିକ ଲୋକଙ୍କର ମୃତ୍ୟୁ ଘଟଣାକୁ ନେଇ ଭାରତୀୟ ବିମାନ କଂପାନୀର ବୋଇଂ ୭୩୭ ଉପରେ ଅତିରିକ୍ତ ନଜର

ଗତକାଲି ଚୀନରେ ଘଟିଥିବା ବିମାନ ଦୁର୍ଘଟଣା ସମଗ୍ର ବିଶ୍ୱକୁ ସ୍ତବ କରିଦେଇଥିବା ବେଳେ ଏହି ଦୁର୍ଘଟଣାରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସେପଟେ ଏହି ଘଟଣା ପରେ ଭାରତର ବିମାନ ଚଳାଚଳ ମନ୍ତ୍ରାଳୟ ସତର୍କ ହୋଇଯାଇଛି । ଚୀନରେ ବୋଇଂର ଏକ ବିମାନ ଦୁର୍ଘଟଣା ହୋଇଥିବା ଯୋଗୁଁ ଡିଜିସିଏ ବଡ଼ ନିଷ୍ପତ୍ତି ନେଇଛି । ଡିଜିସିଏ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ବିମାନ କଂପାନୀର ବୋଇଂ ୭୩୭ ଉପରେ ଅତିରିକ୍ତ ନଜର ରଖାଯିବ ।

ସୂଚନାଯୋଗ୍ୟ, ନିକଟରେ ଚୀନରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଫଳରେ ଘଟଣାସ୍ଥଳରେ କେବଳ ନିଆଁ ଦେଖାଯାଉଥିଲା । ଏହି ଦୁର୍ଘଟଣା ପରେ ଚୀନର ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍ କହିଛନ୍ତି ଯେ, ଏହି ଖବର ଶୁଣି ମୁଁ ବ୍ୟସ୍ତିତ । ଜିନ୍‌ପିଙ୍ଗ୍ ବ୍ୟାପକ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ଆଦେଶ ଦେଇଛନ୍ତି ।

ଏହି ଦୁର୍ଘଟଣା ପରେ ଚୀନର ବେସାମରିକ ବିମାନ ଚଳାଚଳ ପ୍ରଶାସନ ତରଫରୁ ଜାରି ବୟାନରେ କୁହାଯାଇଛି ଯେ, କୁନମିଙ୍ଗ ସହରରୁ ଗୁଆଗଝୋଉର ଦକ୍ଷିଣୀ ହବ ପାଇଁ ଉଡ଼ିଥିବା ବିମାନ ଗୁଆଙ୍ଗଶୀ ଅଞ୍ଚଳରେ ସଂପର୍କ ହୋଇପାରି ନଥିଲା । ଏହା ପରେ ଏହି ଦୁର୍ଘଟଣା ଘଟିଥିଲା । ଚୀନ ଇଷ୍ଟର୍ନ ଏୟାରଲାଇନ୍ସର ବୋଇଂ ୭୩୭-୮୦୦ ବିମାନ ତେଙ୍ଗଶିୟାନ କାଉଣ୍ଟିର ବୁଝୋ ସହରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ କି ଆପଖାପ ପାହାଡ଼ରେ ନିଆଁ ଲାଗିଯାଇଥିଲା । ଏହି ବିମାନ କିନମିଙ୍ଗରୁ ଗୁଆଗଞ୍ଝୁ ଯାଉଥିଲା । ଦୁର୍ଘଟଣାରେ ୧୨୩ ଜଣ ଯାତ୍ରୀ ଓ ଚାଳକ ଦଳର ୯ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ସରକାରୀ ମିଡିଆ ଖବର ଅନୁସାରେ ବିମାନରେ ମୋଯ ୧୩୨ ଲୋକଙ୍କ ମଧ୍ୟରୁ କେହି ବି ବିଦେଶୀ ନଥିଲେ ।

Related Posts