ପୁଣି କ୍ରାଇମବ୍ରାଞ୍ଚକୁ ଝଟକା; ଗୋପାଳକୁ ନିମାହାନ୍ସ ନେବା ଆବେଦନ ଖାରଜ କଲେ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌

ଭୁବନେଶ୍ୱର,୩/୩(ସତ୍ୟପାଠ ବ୍ୟୁରୋ): ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ଝଟକା। ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ମାମଲାର ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ କରିଥିବା ଆବେଦନକୁ ଖାରଜ କରିଛନ୍ତି। ବୈଷୟିକ କାରଣ ଦର୍ଶାଇ ଗୋପାଳର ବେଙ୍ଗାଳୁରୁ ନିମାହାନ୍ସରେ ଟେଷ୍ଟ ପାଇଁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି କୋର୍ଟ। ସୋମବାର ଦିନ ଏହି ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିବାବେଳେ ଆଜି ରାୟ ପ୍ରକାଶ କରିଛନ୍ତି କୋର୍ଟ।

ନିମାହାନ୍ସରେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ ୩ ସପ୍ତାହ ସମୟ ଲାଗିବ ବୋଲି ଆବେଦନରେ ଉଲ୍ଲେଖ କରିଥିଲା କ୍ରାଇମବ୍ରାଞ୍ଚ । ଏହା ରିମାଣ୍ଡ ପିରିୟଡ ନୁହେଁ ବୋଲି ଆବେଦନରେ ଦର୍ଶାଇଥିଲା କ୍ରାଇମବ୍ରାଞ୍ଚ। ଗୋପାଳ ମାନସିକ ଭାବେ ସଂପୂର୍ଣ୍ଣ ସୁସ୍ଥ ଥିବା ପୂର୍ବରୁ ୪ଜଣିଆ ମେଡିକାଲ ଟିମ୍‌ ରିପୋର୍ଟ ପ୍ରଦାନ କରିଥିବା ନେଇ ଗୋପାଳର ଓକିଲ ଯୁକ୍ତି ବାଢିଥିଲେ। ତେବେ ପୂର୍ବରୁ ଏହି ମାମଲାରେ ଝାରସୁଗୁଡ଼ା ଜେଏମଏଫସି କୋର୍ଟ କ୍ରାଇମବ୍ରାଞ୍ଚର ଆବେଦନକୁ ଖାରଜ କରିଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଙ୍କ ଦ୍ୱାରସ୍ଥ ହୋଇଥିଲା ।

Related Posts