ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ପୁଣି ଝଟକା; ସଦସ୍ୟତା ପ୍ରତ୍ୟହାର ପରେ ୧୯ ବର୍ଷରୁ କମ ବିଶ୍ବକପ ଆୟୋଜନକୁ ଛଡାଇ ନେଲା ଆଇସିସି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ପୁଣି ଏକ ଝଟକା। ଆଇସିସି ପ୍ରଥମେ ସଦସ୍ୟତା ପ୍ରତ୍ୟାହାର କରିବା ପରେ ଏବେ ଆଉ ଏକ ତଗଡ଼ା ଝଟକା ଦେଇଛି । ଶ୍ରୀଲଙ୍କାରେ ହେବାକୁ ଥିବା ୧୯ ବର୍ଷରୁ କମ୍ ବିଶ୍ବକପ୍ ଆୟୋଜନକୁ ଛଡ଼ାଇ ନେଇଛି ଆଇସିସି । ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନକୁ ଶ୍ରୀଲଙ୍କାଠାରୁ ଛଡ଼ାଇ ଦକ୍ଷିଣ ଆଫ୍ରିକାକୁ ଦିଆଯାଇଛି । ଆସନ୍ତା ବର୍ଷ ଜାନୁଆରୀ-ଫେବ୍ରୁଆରିରେ ୧୯ ବର୍ଷରୁ କମ୍ ବିଶ୍ବକପ୍ ଅନୁଷ୍ଠିତ ହେବାକୁ ଯାଉଛି।

ତେବେ ଦକ୍ଷିଣ ଆଫ୍ରିକା ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହେବ, କାରଣ ଏହି ସମୟରେ ସେଠାରେ ଦକ୍ଷିଣ ଆଫ୍ରିକା ଟି-୨୦ ଲିଗର ଦ୍ୱିତୀୟ ସଂସ୍କରଣ ମଧ୍ୟ ଖେଳାଯିବ। ଏହି ଲିଗ ଜାନୁଆରୀ ୧୦ରୁ ଫେବ୍ରୁଆରି ୧୦ ମଧ୍ୟରେ ଖେଳାଯିବ। କିନ୍ତୁ ଉଭୟ ଟୁର୍ଣ୍ଣାମେଣ୍ଟକୁ ଭଲ ଭାବେ ଆୟୋଜନ କରାଯିବ ବୋଲି ବୋର୍ଡ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

ତେବେ ଦିନିକିଆ ବିଶ୍ୱକପରେ ଶ୍ରୀଲଙ୍କା ଦଳର ଖରାପ ପ୍ରଦର୍ଶନ ପରେ ଶ୍ରୀଲଙ୍କା ସରକାର ବୋର୍ଡ ସଭାପତିଙ୍କୁ ହଟାଇ ଦେଇଥିଲେ | କ୍ରିକେଟ ବୋର୍ଡ଼ରେ ରାଜନୈତିକ ହସ୍ତକ୍ଷେପ ପରେ ଆଇସିସି ଶ୍ରୀଲଙ୍କା କ୍ରିକେଟ ବୋର୍ଡର ସଦସ୍ୟତା ପ୍ରତ୍ୟାହାର କରିଦେଇଥିଲା । ଅହମ୍ମଦାବାଦରେ ଅନୁଷ୍ଠିତ ଏକ ବୈଠକରେ ଆଇସିସି ଶ୍ରୀଲଙ୍କା ଉପରେ ଏହି ନିଷ୍ପତ୍ତି ନେଇଥିଲା ।

Related Posts