ବ୍ରହ୍ମପୁର: ବ୍ରହ୍ମପୁର ବଡ ମେଡିକାଲ ସୁପରି ସ୍ପେଷ୍ପାଲିଷ୍ଟ୍ ରେ ପୁଣି ଘଟିଲା ଅଘଟଣ । କୋଠାରୁ ପୁଣି ଖସିଲା ସିଲିଂ। ଗତକାଲି ୫ ମହଲା କୋଠାରୁ ଖସିଥିଲା ସିଲିଂ । ଆଜି ତିନି ମହଲା କୋଠାରୁ ସିଲିଂ ଖସିଛି । ଗତ କିଛି ଦିନ ତଳେ ଏହି କୋଠାର ପଞ୍ଚମ ମହଲା ସର୍ଜରୀ ବିଭାଗ ନିକଟରେ ଅଗ୍ନିକାଣ୍ଡ ଘଟିଥିଲା ।

ଏବେ ଏଠାରେ ପୁଣି ସିଲିଂ ଖସିଛି। ଏହାକୁ ନେଇ ଏବେ କୋଠାର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଚିକିତ୍ସିତ ହେଉଥିବା ରୋଗୀ ମହଲରେ ଭୟର ବାତାବରଣ ଖେଳିଯାଇଛଇ ।