ଇଡି ସ୍କାନରରେ ପଶ୍ଚିମବଙ୍ଗର ଆଉ ଜଣେ ଟିଏମସି ବିଧାୟକ

ପଶ୍ଚିମବଙ୍ଗ: ଇଡି ଜାଲରେ ଛନ୍ଦି ହେଲେ ଆଉ ଜଣେ ପଶ୍ଚିମବଙ୍ଗର ଟିଏମସି ବିଧାୟକ। ପଶ୍ଚିମବଙ୍ଗର ଏସଏସସି ଶିକ୍ଷକ ନିଯୁକ୍ତି ମାମଲାରେ ମମତା ବାନାର୍ଜୀଙ୍କ ସରକାରର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ତାଙ୍କର ସହଯୋଗୀ ଗିରଫ ହେବା ପରେ ଟିଏମସିର ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ବର୍ତ୍ତମାନ ସ୍କାନରରେ ଅଛନ୍ତି। ଇଡ଼ିର ସମନ ପରେ ସେ କୋଲକାତାରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ତାଙ୍କୁ ପଚରାଉଚରା ଚାଲିଛି।

ନିର୍ଦ୍ଧାରିତ ସମୟ ପୂର୍ବରୁ ବୁଧବାର ସକାଳେ ବିଧାୟକ ଭଟ୍ଟାଚାର୍ଯ୍ୟ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଇଡି ଆଜି ତାଙ୍କୁ ଡକାଇ ଥିଲା। ଏସଏସସି ଶିକ୍ଷକ ନିଯୁକ୍ତି ସ୍କାମରେ ତାଙ୍କର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଭଟ୍ଟାଚାର୍ଯ୍ୟ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଥିଲେ

ଭଟ୍ଟାଚାର୍ଯ୍ୟ ନାଦିଆ ଜିଲ୍ଲାର ପାଲାସିପଡା ସହରର ବିଧାୟକ। ସେ ପଶ୍ଚିମବଙ୍ଗ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ ଡବ୍ଲୁବିବିଏସର ପୂର୍ବତନ ଅଧ୍ୟକ୍ଷ। ତାଙ୍କୁ ମଧ୍ୟାହ୍ନ ୧୨ ଟା ସମୟରେ କୋଲକାତାର ସଲ୍ଟ ଲେକ୍ ଅଞ୍ଚଳରେ ଅବସ୍ଥିତ CGO କମ୍ପ୍ଲେକ୍ସର ଇଡି କାର୍ଯ୍ୟାଳୟକୁ ଇଡି ଡାକରା ଦେଇଥିଲା, କିନ୍ତୁ ସେ ୧୦ ଟାରେ ପହଞ୍ଚିଥିଲେ। ଇଡି ସୂତ୍ରରୁ ପ୍ରକାଶ ଯେ ତାଙ୍କୁ ସକାଳ ପ୍ରାୟ ୧୧ ଟାରୁ ପଚରାଉଚରା ଆରମ୍ଭ ହୋଇଥିଲା। ଜୁଲାଇ ୨୨ ରେ ମାଣିକ ଭଟ୍ଟାଚାର୍ଯ୍ୟଙ୍କ ଘରେ ମଧ୍ୟ ଇଡି ଚଢାଉ କରିଥିଲା। ଏହା ପରେ ତାଙ୍କୁ ପଚରାଉଚରା ପାଇଁ ଇଡିରେ ହାଜର ହେବାକୁ କୁହାଯାଇଥିଲା।

Related Posts