ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଯୁଦ୍ଧରେ ବେହାଲ୍ ହୋଇପଡିଛି ୟୁକ୍ରେନ । ମାତ୍ର ନିଡର ମାଧ୍ୟମରେ ୟୁକ୍ରେନ ସେନାକୁ କଡ଼ା ଟକ୍କର ଦେବାରେ ଲାଗିଛି। ତେବେ ଏହି ସଂକଟ ମଧ୍ୟରେ ଆଉ ଏକ ସଂକଟ ଏବେ ୟୁକ୍ରେନ ପାଇଁ ଚିନ୍ତା ବଢ଼ାଇଦେଇଛି । ଆଗମୀ ୨୪ ଘଣ୍ଟାରେ ୟୁକ୍ରେନରେ ମେଡିକାଲ ଅକ୍ସିଜେନ ସରିଯିବା ନେଇ ଆଶଙ୍କା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଗୋଟେ ପଟେ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁ୍ଦ୍ଧ ଚାଲିଛି । ତେବେ ଏହି ଯୁ୍ଦ୍ଧ କାରଣରୁ ଜରୁରୀକାଳୀନ ମେଡିକାଲ ଅକ୍ସିଜେନ ଯୋଗାଣରେ ବ୍ୟବସ୍ଥାରେ ବାଧା ଉପୁଜିଛି । ସେହିପରି ୟୁକ୍ରେନରେ ବିିଭିନ୍ନ ବର୍ଗର ଲୋକଙ୍କ ଏବେ ମେଡିକାଲ ଚିକିତ୍ସା ଚାଲିଛି । ସେହିଭଳି ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି କୋଭିଡରେ ଗୁରୁତର ହୋଇ ବହୁତ ସଂଖ୍ୟାରେ ଲୋକଙ୍କ ଚିକିତ୍ସା ଚାଲିଛି । ମାତ୍ର ଏମାନଙ୍କ ଭିତରୁ ଥିବା ବହୁତ ଲୋକ ଏବେ ଭେଣ୍ଟିଲେଟରରେ ରହିଛନ୍ତି ।

ତେବେ ଏମାନଙ୍କୁ ମେଡିକାଲ ଅକ୍ସିଜେନ ସେବା ନିହାତି ଦରକାର ଥିବା ବେଳେ ଯୁଦ୍ଧ କାରଣରୁ ସେବା ପ୍ରଦାନରେ ବାଧାପ୍ରାପ୍ତ ହେଉଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିବା ଅନୁସାରେ ୟୁକ୍ରେନରେ ପ୍ରାୟ ଏବେ ୧୭ ଶହ ରୋଗୀ ଏବେ କୋଭିଡ୍‌ରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ମେଡିକାଲ ଅକ୍ସିଜେନ ଯୋଗାଣ କରୁଥିବା ଟ୍ରକ୍‌ ଯୁ୍ଦ୍ଧ କାରଣରୁ ୟୁକ୍ରେନ ଯାଇ ପାରୁନାହିଁ । ଅନ୍ୟପଟେ ଅକ୍ସିଜେନ ଯୋଗାଣ ୟୁକ୍ରେନର ରାଜଧାନୀ ସମେତ ଅନ୍ୟ ସହରକୁ ମଧ୍ୟ ହୋଇପାରୁ ନାହିଁ । ଫଳରେ ଅକ୍ସିଜେନର ଅଭାବ ୟୁକ୍ରେନରେ ଧୀରେ ଧୀରେ ପରିଲିକ୍ଷିତ ହେଉଛି ବୋଲି ଡବ୍ଲୁଏଚ୍‌ଓ(WHO) କହିଛି । ୟୁକ୍ରେନରେ ମେଡିକାଲ ଅକ୍ସିଜେନ ସଙ୍କଟ ନେଇ ଆଜି ଡବ୍ଲୁଏଚ୍‌ଓ(WHO)ର ନିର୍ଦ୍ଦେଶକ ଡାକ୍ତର ଟେଡ୍ରୋସ୍ ଆଡାନୋମ୍ ଗେବ୍ରେସିସ୍, ଡବ୍ଲୁଏଚ୍‌ଓ(WHO) ୟୁରୋପର ଆଞ୍ଚଳିକ ନିର୍ଦ୍ଦେଶକ ଡାକ୍ତର ହାନ୍ସ ହେନେରୀ ପି କ୍ଲୁଜ୍ ଏକ ଯୁଗ୍ମ ପ୍ରେସ ବିବୃତି ପ୍ରକାଶ କରିଛନ୍ତି ।