ଅନୁଭବ ବର୍ଷା ଘରୋଇ ହିଂସା ବିବାଦ ମାମଲା: ରାୟ ସଂରକ୍ଷିତ ରଖିଲେ କଟକ ଏସଡ଼ିଜେଏମ କୋର୍ଟ

କଟକ: ଅନୁଭବ ବର୍ଷା ଘରୋଇ ହିଂସା ବିବାଦ ଏବେ ବଢିବାକୁ ଲାଗିଛି | ଦୁହିଁଙ୍କ ମଧ୍ୟରେ ଥିବା ବିବାଦ ଏବେ ଚରମ ସୀମାରେ ପହଁଚିଛି | ଖୋଲା ଖୋଲି ଭାବେ ଅନୁଭବ ଆଉ ବର୍ଷା ଙ୍କ ସହ ରହି ପାରିବେନି ବୋଲି ସମସ୍ତଙ୍କ ଆଗରେ ପ୍ରକାଶ କରିଛନ୍ତି | ଗତ ଦୁଇ ଦିନ ହେଲା ଅନୁଭବ ଗୋଟିଏ ପରେ ଗୋଟିଏ ଭିଡିଓ କରି ବର୍ଷକୁ ଟାର୍ଗେଟ କରୁଥିବା ବେଳେ, ଯାହାର ପାଲଟା ଜବାବ ଦେବାକୁ ଯାଇ ବର୍ଷା ଥାନାରେ ଏତଲା ଦେଇଛନ୍ତି | ତେବେ ଏହିସବୁ ମଧ୍ୟରେ ଆଜି କଟକ ଏସଡ଼ିଜେଏମ କୋର୍ଟରେ ମାମଲାର ଶୁଣାଣି ହୋଇଛି । ବର୍ଷା ଘର ଛାଡ଼ନ୍ତୁ ଭଲ ଆକମଣ୍ଡେସନ ଦେବାକୁ ପିଟିସନ୍ କରିଥିଲେ ଅନୁଭବ । ଅନୁଭବଙ୍କ ଏହି ଆବେଦନ ଉପରେ ଶୁଣାଣି ହୋଇଥିଲା । ଏହି ଆବେଦନର ରାୟ ସଂରକ୍ଷିତ ରଖିଛନ୍ତି SDJM କୋର୍ଟ । କୌଣସି ପ୍ରତିକ୍ରିୟା ରଖିନାହାନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ।

ବର୍ଷା-ଅନୁଭବ ବିବାଦ ଅଭିନୟରୁ ପ୍ରେମ ଓ ପରେ ବିବାହ କରି ସାରା ଜୀବନ ସାଥୀ ହୋଇ ରହିବା ପାଇଁ ନିଷ୍ପତ୍ତି ନେଇଥିବା ଏ ଯୋଡି ଏବେ ଭାଙ୍ଗିବାକୁ ଯାଇଛି । ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି । ବିବାହ ବିଚ୍ଛେଦକୁ ନେଇ କୋର୍ଟରେ ମାମଲା ଚାଲିଛି । ଅନୁଭବଙ୍କ ଏକ ଆବେଦନ ଉପରେ ଶୁଣାଣି କରିଥିଲେ କଟକ ଏସଜେଏମ କୋର୍ଟ । ବର୍ଷାଙ୍କୁ ଘର ଛାଡିବା ସହ ଭଲ ଭରଣପୋଷଣ ଦେବାକୁ ପିଟିସନରେ ଲେଖିଥିଲେ ଅନୁଭବ । ଯାହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି SDJM କୋର୍ଟ । ଶୁଣାଣି ପରେ କଣ ପକ୍ଷ ରଖିଲେ ସେ ବାବଦରେ ମୁହଁ ଖୋଲି ନଥିଲେ ଅନୁଭବ । ବର୍ଷା କୋର୍ଟ ଆସିନଥିବା ଦେଖିବାକୁ ମିଳିିଛି ।

ପ୍ରକାଶ ଥାଉ କି, କିଛି ଦିନ ହେବ ଅନୁଭବ ତାଙ୍କ ବୈବାହିକ ସମ୍ପର୍କକୁ ନେଇ 3ଟି ଭିଡିଓ ଜାରି କରିଥିଲେ । ଏହାପରେ ବର୍ଷା ତାଙ୍କ ନାମରେ ପୁରୀ ଘାଟ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ପୁଣି ଅନୁଭବ ଆଉ ଏକ ଭିଡିଓ ଜାରି କରିଥିଲେ । ବର୍ଷାଙ୍କୁ ଚ୍ୟାଲେଞ୍ଜ କରି ତାଙ୍କ ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି କହିଥିଲେ ଅନୁଭବ ।

Related Posts