କଂଗ୍ରେସ ହିନ୍ଦୁ ଧର୍ମର ବିଶ୍ୱାସକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି: ହାର୍ଦ୍ଦିକ ପଟେଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ଦଳ ଛାଡ଼ିବା ପରେ ଯୁବ ନେତା ହାର୍ଦ୍ଦିକ ପଟେଲ ବାରମ୍ବାର କଂଗ୍ରେସକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ସେ ପୁଣିଥରେ କଂଗ୍ରେସକୁ ଟାର୍ଗେଟ କରି ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ କଂଗ୍ରେସ ଦଳ ଲୋକଙ୍କ ଭାବନାକୁ ଆଘାତ ଦେଇଛି ଏବଂ ହିନ୍ଦୁ ଧର୍ମର ବିଶ୍ୱାସକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି। ପଟେଲ ଏକ ଟୁଇଟରେ କହିଛନ୍ତି, ‘ମୁଁ ଏହା ପୂର୍ବରୁ ମଧ୍ୟ କହିଥିଲି ଯେ କଂଗ୍ରେସ ଦଳ ଜନସାଧାରଣଙ୍କ ଭାବନାକୁ ଆଘାତ ଦେବା ପାଇଁ କାର‌୍ୟ୍ୟ କରେ, ସର୍ବଦା ହିନ୍ଦୁ ଧର୍ମର ବିଶ୍ୱାସକୁ କ୍ଷତି କରିବାକୁ ଚେଷ୍ଟା କରେ ।

ଆଜି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଗୁଜୁରାଟ କଂଗ୍ରେସ ନେତା ଏକ ବିବୃତି ଦେଇଛନ୍ତି ଯେ କୁକୁରମାନେ ରାମ ମନ୍ଦିରର ଇଟା ଉପରେ ପରିସ୍ରା କରନ୍ତି ! ତେବେ ସେ କୌଣସି ନେତାଙ୍କ ନାମ ନେଇନାହାନ୍ତି । ପଟେଲ ଆହୁରି ଲେଖିଛନ୍ତି, ‘ମୁଁ କଂଗ୍ରେସ ଏବଂ ଏହାର ନେତାମାନଙ୍କୁ ପଚାରିବାକୁ ଚାହେଁ ଯେ, ପ୍ରଭୁ ଶ୍ରୀ ରାମଙ୍କ ସହିତ ଆପଣଙ୍କର କ’ଣ ଶତ୍ରୁତା ଅଛି? ତୁମେ ହିନ୍ଦୁମାନଙ୍କୁ କାହିଁକି ଘୃଣା କର? ଅନେକ ବର୍ଷ ପରେ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ଏକ ମନ୍ଦିର ନିର୍ମାଣ କରାଯାଉଛି, ତଥାପି କଂଗ୍ରେସ ନେତାମାନେ ପ୍ରଭୁ ଶ୍ରୀରାମଙ୍କ ବିରୋଧରେ ବିବୃତି ଦେବା ଜାରି ରଖିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts