ହାତରେ ବନ୍ଧୁକ, ପ୍ରଚାରରେ ଜିଲ୍ଲା ପରିଷଦ ପ୍ରାର୍ଥୀ: ଭିଡିଓ ଭାଇରାଲ

ରାଞ୍ଚି: ନିର୍ବାଚନ ସମୟରେ ରାଜନେତା ମାନେ ଲୋକଙ୍କୁ ନିଜ ପାର୍ଟି ଆକୃଷ୍ଟ କରିବା ପାଇଁ ଭିନ ଭିନ୍ନ ପନ୍ଥା ଆପଣାଇଥାନ୍ତି | ଏନେଇ ସମୟରେ ଏହି ପ୍ରଚାର ବେଶ ପସନ୍ଦ କରିବା ସହ ବେଶ ଚର୍ଚାରେ ମଧ୍ୟ ରହି ଆସୁଥାଏ | କିଏ ନିଜ ପ୍ରଚାର ସମୟରେ କଳା ଓ ପରମ୍ପରା କୁ ସ୍ଥାନ ଦେଇଥାଏ ତ ଆଉ କେତେବେଳେ କିଏ ନିଜ କହିବା ଶୈଳୀ ରେ ଲୋକଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇଥାନ୍ତି |

ତେବେ ଏହି ସବୁ ମଧ୍ୟରେ ସାହିବଗଞ୍ଜ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନୀ ପ୍ରଚାରର ଏକ ଭିଡ଼ିଓ ସାମନାକୁ ଆସିଛି । ଯେଉଁଥିରେ ପ୍ରାର୍ଥୀ ଏବଂ ଦଳୀୟ ନେତାମାନେ ବନ୍ଧୁକ ଧରି ପ୍ରଚାର କରୁଛନ୍ତି ।

ଭିଡିଓଟି ଜିଲ୍ଲା ପରିଷଦ ପ୍ରାର୍ଥୀ ସୁନୀଲ ଯାଦବଙ୍କ ନିର୍ବାଚନ ପ୍ରଚାରର । ବିଜେପି ନେତା ବାବୁଲାଲ ମାରାଣ୍ଡି ଏହାକୁ ଟ୍ବିଟରରେ ପୋଷ୍ଟ କରିବା ପରେ ରାଜନୈତିକ ସ୍ତରରେ ହଇଚଇ ସୃଷ୍ଟି ହୋଇଛି । ଭିଡ଼ିଓ ଭାଇରାଲ ହେବାପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

Related Posts