ବାୟୁସେନାରେ ସାମିଲ ହେଲା ଆପାଚେ, ପାକ୍ ସୀମାରେ ହେବ ମୂତୟନ

ସତ୍ୟପାଠ ବ୍ୟୁରୋ : ବାୟୁସେନାରେ ସାମିଲ ହେଲା ସବୁଠୁ ଶକ୍ତିଶାଳୀ ଲଢ଼ୁଆ ହେଲିକପ୍ଟର ଆପାଚେ । ଏହା ବାୟୁସେନାର କ୍ଷମତା ବୃଦ୍ଧି କରିବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି । ପଠାନକୋଟ ବାୟୁସେନା ଘାଟିରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆପାଚେର ସାମିଲ କରାଇଛନ୍ତି ଏୟାର ଚିଫ୍ ମାର୍ଶାଲ ବିଏସ ଧନୋଆ ।

ଆପାଚେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବହୁଭୂମି ଲଢ଼ୁଆ ହେଲିକପ୍ଟର । ଏହାକୁ ଏବେ ଆମେରିକା ସେନା ବ୍ୟବହାର କରୁଛନ୍ତି । ଆଇଏଏଫ୍ ପକ୍ଷରୁ ଆପାଚେ ପାଇଁ ଆମେରିକା ସରକାର ଓ ବୋଇଙ୍ଗ ଲିମିଟେଡ ସହ ୨୦୧୫ ସେପ୍ଟେମ୍ବରରେ ଚୁକ୍ତିନାମା ସ୍ୱାକ୍ଷରିତ କରିଥିଲା । ଏହି ଆଧାରରେ ଜୁଲାଇ ୨୭ରେ ୨୨ଟି ହେଲିକପ୍ଟର ମଧ୍ୟରୁ ୪ଟି ଭାରତକୁ ମିଳିଥିଲା ।

ଏହି ହେଲିକପ୍ଟରରେ ଦୁଇଟି ଟର୍ବୋସଫ୍ଟ ଇଂଜିନ ଓ ଚାରୋଟି ବ୍ଲେଡ ରହିଛି । ଏହା ଘଂଟାପ୍ରତି ୨୯୩କିମି ଉଡାଣ ଭରିପାରେ । ଏହାର ଆଗରେ ସେନସର ଲାଗିଛି ଫଳରେ ଏହା ରାତିରେ ମଧ୍ୟ ଉଡିପାରିବ । ସୂଚନାଯୋଗ୍ୟ, ଇରାକ ଉପରେ ଆମେରିକା ହମଲା କରିବା ସମୟରେ ଏହି ଆପାଚେ ହିଁ ଇରାକର ରାଡାରକୁ ଧ୍ୱଂସ କରିଥିଲା ।

Related Posts