ବଦଳିବେ ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ

ସତ୍ୟପାଠ ବ୍ୟୁରୋ : ବଦଳିବେ ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ । ମେଡିକାଲରେ ତାଲା ପଡିବା ଯୋଗୁ ପ୍ରସୁତୀଙ୍କୁ ଚିକିତ୍ସା ନ ମିଳିବା ଘଟଣାର ତଦନ୍ତ ପରେ ଏହି ସୁପାରିଶ କରାଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ବଦଳି କରିବା ପାଇଁ ଜିଲ୍ଲାପାଳଙ୍କୁ ସୁପାରିଶ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ।

କଟକ ସିଡିଏମଓଙ୍କ ନେତୃତ୍ୱରେ ଏକ ୪ଜଣିଆ ଟିମ୍ ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ଏହାର ତଦନ୍ତ କରିଛନ୍ତି । କର୍ମଚାରୀମାନଙ୍କୁ ପଚରାଉଚୁରା କରି ଘଟଣା ବାବଦରେ ବୁଝିଛନ୍ତି ତଦନ୍ତକାରୀ ଟିମ୍ । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

ସୂଚନାଯୋଗ୍ୟ, ଖମାର ଗାଁର କୁନି ମହାରଣା ପ୍ରସବ ଯନ୍ତ୍ରଣା ପାଇବା ପରେ ଗୁରୁଡିଝାଟିଆ ଡାକ୍ତରଖାନା ଆସିଥିଲେ । ସେଠାରେ ମେଡିକାଲ ଗେଟ ତାଲା ପଡିଥିଲା । ଡାକ୍ତର ଆସିବେ ଭାବି ଢ଼େର ସମୟ ଅପେକ୍ଷା କରିବା ପରେ କୁନି ସେହି ମେଡିକାଲ ବାରଣ୍ଡାରେ ହିଁ ପ୍ରସବ କରିଥିଲେ । ପରେ ତାଙ୍କୁ ଆଠଗଡ ବ୍ରହ୍ମପୁର ମେଡିକାଲ ନିଆଯାଇଥିଲା । ସେଠାରେ କୁନିଙ୍କ ଜୀବନ ବଂଚି ଯାଇଥିଲେ ବି ନବଜାତକକୁ ବଂଚାଇବା ସମ୍ଭବ ହୋଇ ନଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

Related Posts