ବୁଧବାରଠୁ ଯୁକ୍ତ ଦୁଇ ନାମ ଲେଖାଇବା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର: ୨୦ ତାରିଖ ଅର୍ଥାତ୍ ବୁଧବାରଠୁ ଆରମ୍ଭ ଯୁକ୍ତ ଦୁଇ ନାମଲେଖା ପକ୍ରିୟା । ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଛୁକ ଛାତ୍ରଛାତ୍ରୀ ମାନେ ଆବେଦନ କରିବେ । ତେବେ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ପକ୍ରିୟା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ।

ସାମ୍ସ ପୋର୍ଟାଲରେ ଆବେଦନ କରାଯାଇପାରିବ । ତେବେ ସିବିଏସ୍‌ଇ ଓ ଆଇସିଏସ୍‌ଇ ପରୀକ୍ଷାଫଳ ପ୍ରକାଶ ପାଇନଥିବାରୁ ଅବଧି ବଢିବାର ସମ୍ଭାବନା ରହିଛି । ସେହିପରି ଚଳିତବର୍ଷ ମାଟ୍ରିକରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ପାସ୍‌ କରିଥିବାବେଳେ ସିଟ୍‌ ପାଇଁ ସମସ୍ୟା ଉପୁଜିଲେ ଏଥିରେ ବୃଦ୍ଧି ଘଟାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Related Posts