ଆଜି ଇଡିରେ ହାଜର ହୋଇପାରନ୍ତି ଅର୍ଚ୍ଚନା ଓ ଜଗବନ୍ଧୁ

ଭୁବନେଶ୍ୱର : ନାଗ ଦମ୍ପତିଙ୍କ ପାଇଁ ଆଗକୁ ବଢ଼ିବାକୁ ଯାଉଛି ଅଡୁଆ । ଆଜି ଇଡିରେ ହାଜର ହୋଇପାରନ୍ତି ଉଭୟ ଅର୍ଚ୍ଚନା ଓ ଜଗବନ୍ଧୁ । କୋର୍ଟରେ ହଜାର ପରେ ଉଭୟଙ୍କୁ ରିମାଣ୍ଡରେ ଆଣିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୧୦ ଦିନ ପାଇଁ ରିମାଣ୍ଡରେ ଆଣି ପଚରାଉଚରା କରିପାରେ ଇଡି । ତେବେ ବର୍ତ୍ତମାନ ସୁଦ୍ଧା ଖଗେଶ୍ବର, ଶ୍ରଦ୍ଧାଞ୍ଜଳି,ଅକ୍ଷୟ ପରିଜା, ଚନ୍ଦନ ଏବଂ ପ୍ରମୋଦ ସ୍ୱାଇଁଙ୍କୁ ଜେରା କରିସାରିଛି ଇଡି ।

ଖବର ଅନୁଯାୟୀ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର କଳାସାମ୍ରାଜ୍ୟରେ ବ୍ୟବହୃତ କଳା ଟଙ୍କାର ଖିଅ ଖୋଜୁଛି ଇଡି । ଧୀରେ ଧୀରେ ଏହାସହିତ ଜଡିତ ସମସ୍ତ ଲୋକଙ୍କୁ ଡାକି ଜେରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କିଛି ଦିନ ତଳେ ଖଗେଶ୍ୱର, ଶ୍ରଦ୍ଧାଞ୍ଜଳୀ, ଫିଲ୍ମ ପ୍ରଯୋଜ ଅକ୍ଷୟ ପରିଜା, ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ଏବଂ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କୁ ଜେରା କରିସାରିଛି ଇଡି । ଏହିକ୍ରମରେ ଆଗକୁ ଅଧିକ ତଥ୍ୟ ପାଇଁ ନାଗ ଦମ୍ପତ୍ତିଙ୍କୁ ଜେରା କରିପାରେ ଇଡି । କୋର୍ଟରେ ହଜାର ପରେ ଉଭୟଙ୍କୁ ରିମାଣ୍ଡରେ ଆଣିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୧୦ ଦିନ ପାଇଁ ରିମାଣ୍ଡରେ ଆଣି ପଚରାଉଚରା କରିପାରେ ଇଡି ।

Related Posts