ଅର୍ଚ୍ଚନା ନାଗ୍ ମାମଲା: ଇଡିରେ ହାଜର ହେଲେ ତାଜ ଓଡିଶା ହୋଟେଲ ମାଲିକ ଶିବ ପ୍ରସାଦ ଦାସ

ଭୁବନେଶ୍ୱର : ଫିଟୁଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ କେଳେଙ୍କାରୀ ମାମଲା । ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି ଇଡି । ଏନେଇ ଇଡି ଜାଲରେ ଏନେଇ ରାଜନେତା, ବ୍ୟବସାୟୀ ଛନ୍ଦି ହୋଇଥିବା ବେଳେ, ଏବେ ହୋଟେଲ ଲିଙ୍କ ନେଇ ଚାଲିଛି ଇଡିର ତଦନ୍ତ । ଅଶୋକ ନଗର ସ୍ଥିତ ତାଜ ଓଡିଶା ହୋଟେଲ ମାଲିକ ଶିବ ପ୍ରସାଦ ଦାସ ଇ.ଡି ରେ ହାଜର ହୋଇଛନ୍ତି ।

ଆଜି ସକାଳ ସାଢେ ୯ଟା ସମୟରେ ଶିବ ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି । ହୋଟେଲ ତାଜ ଓଡିଶାକୁ ୨୦୧୯ମସିହାରୁ ଅର୍ଚ୍ଚନା, ବାରମ୍ବାର ଆସୁଥିଲେ । ତଦନ୍ତ ବେଳେ ଇଡି ଜାଣିବାକୁ ପାଇଛି ଅର୍ଚ୍ଚନାଙ୍କ ଆକାଉଣ୍ଟରୁ ଟଙ୍କା କାରବାର ହୋଇଛି । ତେଣୁ କାହିଁକି ଟଙ୍କା କାରବାର ହୋଇଛି ସେନେଇ ଶିବ ଙ୍କୁ ଦ୍ୱିତୀୟ ଥର ପାଇଁ ଡକାଯାଇଛି ।

ଇଡିକୁ ଯିବା ବେଳେ ଶିବ ପ୍ରସାଦ କହିଛନ୍ତି, ମୋତେ ଇଡି ନୋଟିସ କରିଥିବାରୁ ମୁଁ ଦ୍ୱିତୀୟ ଥର ପାଇଁ ଆସିଛି । ମୋ ହୋଟେଲକୁ କେତେ ଲୋକ ଆସୁଛନ୍ତି, ଅର୍ଚ୍ଚନା ବି ଆସି ଥାଇପାରନ୍ତି । ମୋ ହୋଟେଲରେ କୌଣସି ଡିଲ୍ ହୋଇନି । ମୁଁ ଶ୍ରଦ୍ଧାଞ୍ଜଳି ଓ ଖଗେଶ୍ୱରକୁ ଜାଣିନି

Related Posts