ଭୁବନେଶ୍ବର ରେ ପହଁଚିଲେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଭୁବନେଶ୍ଵରରେ ପହଞ୍ଚିଲେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଶୁକ୍ରବାର ଦିଲ୍ଲୀରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ଦ୍ରୌପଦୀଙ୍କୁ ସ୍ବାଗତ ପାଇଁ ବିମାନବନ୍ଦରଠାରେ ଭବ୍ୟ ଆୟୋଜନ କରାଯାଇଛି। ଏହା ପରେ ବିଧାନସଭାରେ ବିଜେଡ଼ି ବିଧାୟକ ଏବଂ ଏମ୍‌ପିଙ୍କ ଦ୍ରୌପଦୀଙ୍କୁ ଭେଟିବେ। ସେହିପରି ରାଜ୍ୟ ଅତିଥି ଭବନରେ ପହଞ୍ଚି ଭାଜପା ବିଧାୟକ ଏବଂ ଏମ୍‌ପିଙ୍କ ସହ ଆଲୋଚନା କରିବେ ଦ୍ରୌପଦୀ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମଧ୍ୟ ଦ୍ରୌପଦୀ ଅଧ ଘଣ୍ଟା କଥା ହେବେ ବୋଲି ଜଣାପଡ଼ିଛି।
ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ପାଇବା ପାଇଁ ଦ୍ରୌପଦୀ ସମସ୍ତ ରାଜ୍ୟ ଯାଇ ଭୋଟ ଭିକ୍ଷା କରୁଛନ୍ତି। ଝାଡ଼ଖଣ୍ଡ, ବିହାର, ତାମିଲନାଡୁ ଏବଂ ତେଲେଙ୍ଗାନା ଯାଇ ସାରିଥିବା ବେଳେ ଆଜି ଓଡ଼ିଶା ଆସିଛନ୍ତି । ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ଦ୍ରୌପଦୀ ମୁର୍ମୁ ।

Related Posts