କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟର ଦାୟିତ୍ବ ନେଲେ ସିନ୍ଧିଆ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : କେନ୍ଦ୍ର ଇସ୍ପାତ ବିଭାଗ ର ମନ୍ତ୍ରୀ ଥିବା ଆର ସି ପି ସିଂ ଇସ୍ତଫା ଦେବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଙ୍କୁ ଏହି ବିଭାଗ ର ଅତିରିକ୍ତ ଦାଇତ୍ୱ ମିଳିଥିଲା । ସେ ଗତକାଲି ଇସ୍ପାତ ମନ୍ତ୍ରଣାଳୟ ପହଞ୍ଚି ବିଭାଗ ର ଦାୟିତ୍ବ ଗ୍ରହଣ କରିଛନ୍ତି । ଏନେଇ ସେ ନିଜ ଟୁଇଟର ରେ ପୋଷ୍ଟ କରି ସୂଚନା ଦେଇଛନ୍ତି।


ରାଜ୍ୟସଭା ର ସଦସ୍ୟ ଥିବା ଶ୍ରୀ ସିନ୍ଧିଆ ବେସାମରିକ ବିମାନ ଚଳାଚଳ ବିଭାଗ ର ମନ୍ତ୍ରୀ ମଧ୍ୟ ଅଛନ୍ତି। ଏହା ପୂର୍ବରୁ କଂଗ୍ରେସ ସରକାର ରେ ସେ ବାଣିଜ୍ୟ , ଶିଳ୍ପ ଓ ଶକ୍ତି ବିଭାଗ ମଧ୍ୟ ସମ୍ଭାଳି ସାରିଛନ୍ତି।

Related Posts