
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉଦ୍ଧବ ଠାକରେ ପୁନର୍ବାର ସୁପ୍ରିମକୋର୍ଟ କୁ ଯାଇଛନ୍ତି ଏଥର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବାକୁ ନେଇ ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ଜୁନ୍ ୩୦ ରେ ମହାରାଷ୍ଟ୍ର ରାଜ୍ୟପାଳ ବି.ଏସ୍ କୋଶିଆରି ଙ୍କୁ ରାଜ ଭବନରେ ସିନ୍ଦେ ଏବଂ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଭେଟି ବିଧାୟକଙ୍କ ସମର୍ଥନ ଥିବା ଚିଠି ଦାଖଲ କରିଥିଲେ ଓ ପରେ ଶପଥ ଗ୍ରହଣ କରିଥିଲେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉଦ୍ଧବ।
ଜୁଲାଇ ୩ ଓ ୪ ତାରିଖ ରେ ମହାରାଷ୍ଟ୍ର ବିଧାନସଭା ର ପ୍ରକ୍ରିୟାକୁ ମଧ୍ୟ ଟିମ୍ ଉଦ୍ଧବ ଚ୍ୟାଲେଞ୍ଜ କରିଛି, ଯେଉଁଥିରେ ସିନ୍ଦେ-ବିଜେପି ମିଳିତ ମଞ୍ଚ ପ୍ରଥମେ ଜଣେ ନୂତନ ବାଚସ୍ପତି ନିଯୁକ୍ତ କରିଥିଲା, ପରେ ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେଇଥିଲା।ରବିବାର ଦିନ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଭାବରେ ବିଜେପିର ରାହୁଲ ନରଭେକର ନିର୍ବାଚିତ ହୋଇଥିଲେ। ସେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ପ୍ରାର୍ଥୀ ରାଜନ ସାଲଭିଙ୍କୁ ପରାସ୍ତ କରିଥିଲେ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସୋମବାର ଦିନ ବିଧାନସଭା ରେ ଏକ ଗୁରୁତ୍ୱପୂର୍ଣ୍ଣ ଆତ୍ମବିଶ୍ୱାସ ଭୋଟ୍ ଜିତି ଛନ୍ତି। ଶିବସେନାରେ ବିଦ୍ରୋହ ପରେ ବିଜେପି ସମର୍ଥନରେ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
ତେବେ ଏନେଇ ସୁପ୍ରିମ କୋର୍ଟରେ ଉଦ୍ଧବ ଙ୍କ ଆବେଦନ ପାରେ ସରକାର କଣ ପକ୍ଷ ରଖୁଛନ୍ତି ଦେଖିବାକୁ ବାକି ରହିଲା