ଅରୁଣ ବୋଥ୍ରାଙ୍କୁ ବିମାନବନ୍ଦରରେ ଅଟଳାଇଲେ ସୁରକକ୍ଷାକର୍ମୀ; ତା’ ପରେ ବ୍ୟାଗରୁ ଯାହା ବାହାରିଲା..

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅରୁଣ ବୋଥ୍ରାଙ୍କୁ ବିମାନବନ୍ଦରରେ ଅଟଳାଇଲେ ସୁରକକ୍ଷାକର୍ମୀ । ବୋଥ୍ରା ଜୟପୁର ଏୟାର୍ପୋର୍ଟରେ ପ୍ରବେଶ କଲାବେଳେ ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକାଇଥିଲେ। ତାଙ୍କ ବ୍ୟାଗ୍ ଉପରେ ସନ୍ଦେହ ହେବାରୁ ସୁରକ୍ଷାକର୍ମୀ ବୋଥ୍ରାଙ୍କୁ ବ୍ୟାଗ୍ ଖୋଲିବାକୁ କହିଥିଲେ। ଆଉ ବ୍ୟାଗ୍ରୁ ଯାହା ବାହାରିଥିଲା ତାର ଫଟୋ ଏବେ ଭାଇରାଲ୍ ହେଉଛି। ଅରୁଣ ବୋଥ୍ରା ବୁଧବାର ସେହି ଫଟୋକୁ ନିଜ ଟ୍ୱିଟରେ ଆକାଉଣ୍ଟରେ ଶେୟାର କରିଛନ୍ତି। ଯଦିଓ ଘଟଣା ସମ୍ପର୍କରେ ବୋଥ୍ରା କୌଣସି ସ୍ପଷ୍ଟ ସୂଚନା ଦେଇ ନାହାଁନ୍ତି, ତେବେ ତାଙ୍କ ଫଟୋରେ ଅନ୍ୟ ଅଫିସର ଓ ଟ୍ୱିଟରାଟୀମାନେ କମେଣ୍ଟ କରିଛନ୍ତି। ଏହି କମେଣ୍ଟରୁ କାହାଣୀ ସ୍ପଷ୍ଟ ଜଣାପଡ଼ୁଛି।

ବୋଥ୍ରା କିଲୋ ପ୍ରତି ୪୦ ଟଙ୍କା ଦେଇ ୧୦ କେଜି ମଟର ଛୁଇଁ ନେଇ ଯାଉଥିବା ବେଳେ ଜୟପୁର ଏୟାରପୋର୍ଟରେ ତାଙ୍କୁ ସୁରକ୍ଷା କର୍ମୀ ଅଟକାଇଥିଲେ। ବୋଧ୍ହୁଏ ଏହା ସ୍କାନରରେ ସନ୍ଦେହ ସୃଷ୍ଟି କରିଥିବ, ସେଥିପାଇଁ ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଇ ଚେକିଂ କରୁଥିଲେ। ଏହାପରେ ସୁରକ୍ଷାକର୍ମୀମାନେ ବୋଥ୍ରାଙ୍କୁ ବ୍ୟାଗ ଖୋଲିବାକୁ କହିବାରୁ ସେଥିରେ ବ୍ୟାଗ୍ ଭର୍ତ୍ତି ମଟର ଛୁଇଁ ଦେଖିବାକୁ ମିଳିଥିଲା। ଏହା ପରର କାହାଣୀ କଣ ହେଲା ସେ ନେଇ ବୋଥ୍ରା କିଛି ସ୍ପଷ୍ଟ ସୂଚନା ଦେଇ ନଥିବା ବେଳେ ତାଙ୍କର ଏହି ଟ୍ୱିଟ୍ ଏବେ ଭାଇରାଲ୍ ହେଉଛି।

Related Posts