ଦଳ ବିରୋଧୀ କାର୍ଯ୍ୟପାଇଁ ବିଜେଡିରୁ ସସପେଣ୍ଡ ହେଲେ ଜିଉଦୟଗିରିର ପୂର୍ବତନ ନଗରପାଳ ଓ ତାଙ୍କ ପତ୍ନୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦଳ ବିରୋଧୀ କାର୍ଯ୍ୟପାଇଁ ବିଜେଡିରୁ ସସପେଣ୍ଡ ହେଲେ ଜିଉଦୟଗିରିର ପୂର୍ବତନ ନଗରପାଳ ଓ ତାଙ୍କ ପତ୍ନୀ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏନେଇ ବିଜେଡି ପକ୍ଷରୁ ପ୍ରେସ୍ ନୋଟ୍ ଜରିଆରେ ସୂଚନା ଦିଆଯାଇଛି । ତେବେ ବିଜେଡିର ସାଧାରଣ ସଂପାଦକ ତଥା ପୂର୍ବତନ ନଗରପାଳ ପି. ସଞ୍ଜିବ ପାତ୍ରଙ୍କ ପତ୍ନୀ ମିତାରାଣୀ ପାତ୍ର ଜିଉଦୟଗିରି ଏନଏସି ପାଇଁ ଦଳକୁ ନଗର ପାଳ ଟିକେଟ ନିମନ୍ତେ ଆବେଦନ କରିଥିଲେ।

ହେଲେ ଦଳ ପକ୍ଷରୁ ମିତାରାଣୀଙ୍କୁ ଟିକେଟ ଦିଆଯାଇନଥିଲା । ଯାହାଫଳରେ ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ଦଳୀୟ ଶୃଙ୍ଖଳା ନମାନି ନିର୍ବାଚନ ଲଢିବାରୁ ଉଭୟଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ଦଳ ପକ୍ଷରୁ ସଞ୍ଜିବ ଓ ତାଙ୍କ ପତ୍ନୀ ମିତାରାଣୀଙ୍କୁ ସସପେଣ୍ଡ କରାଯାଇଛି । ବୁଧବାର ରାତିରେ କନ୍ଧମାଳ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ପ୍ରେସ ନୋଟ ଜରିଆରେ ଏହି ସୂଚନା ଦେଇଛନ୍ତି ।

Related Posts