ଇସ୍ରାଏଲରୁ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଇସ୍ରାଏଲରୁ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ । ଇସ୍ରାଏଲରୁ ବୁଧବାର କୋଭିଡ୍-୧୯ ନୂଆ ଭାରିଆଣ୍ଟରେ ସଂକ୍ରମିତ ଦୁଇ ଜଣ ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ତେବେ ଗୋଟିଏ ପଟେ ଚୀନରେ ସଂକ୍ରମଣ ବଢୁଥିବାରୁ, ଏବେ ଏହି ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା ବଢିଛି । ତେବେ ଇସ୍ରାଏଲରୁ ଚିହ୍ନଟ ହୋଇଥିବା ଏହି ନୂଆ ଭାରିଆଣ୍ଟକୁ ନେଇ ଏବେ ପର୍ୟ୍ୟନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ । ରିପୋର୍ଟ ମୁତାବକ, କରୋନା ଭାଇରସର ଏହି ନୂଆ ଷ୍ଟ୍ରେନ୍ ଓମିକ୍ରନ୍ ଭାରିଆଣ୍ଟର ଦୁଇ ସବ୍-ଭାରିଆଣ୍ଟ ସହ ସମ୍ଭନ୍ଧିତ ।

ଏହି ସବ୍ ଭାରିଆଣ୍ଟକୁ ବିଏ.୧ ଓ ବିଏ.୨ କୁହାଯାଉଥିବାବେଳେ, ଏଥିରେ ସଂକ୍ରମିତ ଦୁଇ ଜଣ ଲୋକଙ୍କୁ ପ୍ରଥମେ ଇସ୍ରାଏଲର ବେନ୍ ଗୁରିୟନ୍ ଏୟାରପୋର୍ଟରେ ଚିହ୍ନଟ କରାଯାଇଥିଲା । ତେବେ ଏହାପରେ ଏହି ଦୁଇ ଯାତ୍ରୀଙ୍କ ଟେଷ୍ଟ କରାଯିବା ପରେ ସେମାନେ କରୋନାର ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି । କରୋନାର ଏହି ନୂଆ ଭାରିଆଣ୍ଟରେ ସଂକ୍ରମିତ ହେବା ପରେ ଲୋକଙ୍କର ଜ୍ୱର, ମୁଣ୍ଡବିନ୍ଧା ଓ ମାଂସପେଶୀରେ ଦରଜ ଅନୁଭବ ହେଉଛି । ତେବେ ଏହି ଭାରିଆଣ୍ଟ କେତେ ବିପଦଜନକ ଜଣାପଡିନଥିବାବେଳେ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଏହାକୁ ନେଇ କିଛି ବି ସୂଚନା ଦେଇନାହିଁ ।

Related Posts