ଭାରତ-ଚୀନ୍ ସୈନିକ ମୁହାଁମୁହିଁ

ନୂଆଦିଲ୍ଲୀ: ବିସ୍ତାରବାଦୀ ଚୀନର ବଦମାସୀ କମୁନି । ଲଦାଖ ପରେ ଏବେ ଅରୁଣାଚଳ ପ୍ରଦେଶ ସୀମାରେ ଭାରତୀୟ ସେନା ସହ ମୁହାଁମୁହିଁ ହୋଇଛି । ଏଲଏସିରେ ଦୁଇ ଦେଶର ସୈନ୍ୟ ସାମନା ସାମନି ହୋଇଛନ୍ତି । ଅରୁଣାଚଳ ପ୍ରଦେଶର ୟାଙ୍ଗସ୍ତେ ଅନ୍ତର୍ଗତ ତାଓ୍ୱାଙ୍ଗ ସେକ୍ଟରରେ ଏହି ଘଟଣା ଘଟିଥିଲା ।ଚୀନର ପ୍ରାୟ ୨୦୦ ସୈନ୍ୟ ଅଧିକୃତ ବଙ୍କର ନଷ୍ଟ କରିବାକୁ ଉଦ୍ୟମ କରିଥିଲେ । ସେମାନଙ୍କ ମଧ୍ୟରୁ କେତେକଙ୍କୁ ଭାରତୀୟ ଯବାନ ଅଟକ ରଖିଥିଲେ । ଅଭିଯୋଗ ହୋଇଛି, ଚୀନ୍ ସୈନ୍ୟ ଏଲଏସି ପାର କରି ଭାରତୀୟ ସୀମାରେ ପ୍ରବେଶ ଉଦ୍ୟମ କରୁଥିଲେ । ଏହାକୁ ନେଇ ବେଶ କିଛି ସମୟ ସୀମାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଶେଷରେ ଦୁଇ ଦେଶର କମାଣ୍ଡର ସମସ୍ୟାର ସମାଧାନ କରିଥିଲେ । ଗତ ସପ୍ତାହରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ଶାନ୍ତି ବଜାୟ ରହିଛି ।

Related Posts