ଅରବିନ୍ଦ କେଜ୍ରିୱାଲ ଲୋକମାନଙ୍କୁ ମୂର୍ଖ ବୋଲି ଭାବନ୍ତୁ ନାହିଁ, ତାଙ୍କର ସବୁ ସତ୍ୟ ସାମ୍ନାକୁ ଆସି ସାରିଛି: ଅନୁରାଗ ଠାକୁର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶୁକ୍ରବାର ଦିନ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ଚଢ଼ାଉ କରିଛି। ଏ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ମନୀଷ ସିସୋଦିଆ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,”ଅବକାରୀ ଚୁକ୍ତିନାମା ଘୋଟାଲା ସହ କେଜ୍ରିୱାଲ ଓ ସିସୋଦିଆଙ୍କ ସତ୍ୟ ସାମ୍ନାକୁ ଆସି ସାରିଛି। ଅରବିନ୍ଦ କେଜ୍ରିୱାଲ ଲୋକମାନଙ୍କୁ ମୂର୍ଖ ବୋଲି ଭାବନ୍ତୁ ନାହିଁ।”

ଅନୁରାଗ ଠାକୁର କହିଛନ୍ତି ଯେ “ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ସଚ୍ଚୋଟତାର ପୋଷାକ ପିନ୍ଧିଲେ ବି ସେ ଦୁର୍ନୀତିଗ୍ରସ୍ତ ହୋଇଥାନ୍ତି। ଆମ୍ ଆଦମୀ ପାର୍ଟିର ଦୁର୍ନୀତି ଅନେକ ଥର ସାମ୍ନାକୁ ଆସିଛି। ଦିଲ୍ଲୀରେ ଅବକାରୀ ଚୁକ୍ତିରେ ବହୁ ଦୁର୍ନୀତି ହୋଇଛି।” ଏପରି କହି ସେ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି।

ସୂଚନା ଅନୁସାରେ, ଆଜି ସିବିଆଇର ଏକ ଟିମ୍ ମନୀଷ ସିସୋଦିଆଙ୍କ ଘରେ ପହଞ୍ଚିଥିଲେ। ଦିଲ୍ଲୀ ସରକାରଙ୍କ ଏକ୍ସାଇଜ୍ ପଲିସି ପ୍ରସଙ୍ଗରେ ସିବିଆଇ ଆଜି ୨୧ଟି ସ୍ଥାନରେ ଚଢ଼ାଉ କରିଛି। ଅଧିକାରୀଙ୍କ ଅନୁଯାୟୀ, ଏକ୍ସାଇଜ୍ ବିଭାଗର ବହୁ ଅଧିକାରୀ ଓ ମଦ ବ୍ୟବସାୟୀଙ୍କ ଘରେ ମଧ୍ୟ ଏହି ଚଢ଼ାଉ ଚାଲିଛି।

Related Posts