ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଖନନ ଓ ନିର୍ମାଣ ପ୍ରସଙ୍ଗରେ ବିଧାନସଭାରେ ଗଠନ ହୋଇଥିବା ଗୃହ କମିଟି ନେଇ ବାଚସ୍ପତି ସୂର‌୍ୟ୍ୟ ନାରାୟଣ ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ତେବେ ବୈଠକ ଡାକିବା ପାଇଁ କୌଣସି ଅସୁବିଧା ନାହିଁ। ମାତ୍ର ପ୍ରସଙ୍ଗ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମାମଲା ବିଚାରାଧୀନ ଥିବାରୁ ଗୃହ କମିଟି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ପାରିବ କି ନାହିଁ ତାହା ଉପରେ ତର୍ଜମା ଚାଲିଛି।

ବିଧାନସଭାର ପରିସରଭୁକ୍ତ କୌଣସି ପ୍ରସଙ୍ଗ ହୋଇଥିଲେ ବାଚସ୍ପତି ତୁରନ୍ତ ତାହାର ସମାଧାନ କରି ସାରନ୍ତେଣି। ଯେହେତୁ ଏହି ମାମଲା ବିଚାରାଧୀନ ରହିଛି ତେଣୁ ଆମେ ବିଧାନସଭାର ଆଇନ ବିଭାଗ ସହ ଆଲୋଚନା କରୁଛୁ। ଏହି ପ୍ରସଙ୍ଗରେ ଆମେ କେତେଦୂର ହସ୍ତକ୍ଷେପ କରି ପାରିବୁ। ଶ୍ରୀ ମନ୍ଦିର ପ୍ରସଙ୍ଗ ବିଶ୍ଵବାସୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ତ ଦିଲ୍ଲୀରୁ ଟିମ୍ ଆସିଲେଣି ବୋଲି କହିଛନ୍ତି ବାଚସ୍ପତି ସୂର‌୍ୟ୍ୟ ନାରାୟଣ ପାତ୍ର । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।