ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସହ ଜଡ଼ିତ ଏକ ଜାତୀୟ ଡାଟାବେସ ପ୍ରସ୍ତୁତି ପାଇଁ କାର୍ଯ୍ୟ ଜାରି ରହିଛି: ଅମିତ ଶାହା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଥାନ୍ତି । ହେଲେ ଏହା ମଧ୍ୟରେ ବୋମା ବିସ୍ଫୋରଣ, ଆତଙ୍କବାଦୀ ପାଣ୍ଠି, ନକଲି ମୁଦ୍ରା, ନିଶା କାରବାର, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଏବଂ ଆତଙ୍କବାଦକୁ ନେଇ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସହ ଜଡ଼ିତ ଏକ ଜାତୀୟ ଡାଟାବେସ ପ୍ରସ୍ତୁତି ପାଇଁ କାର୍ଯ୍ୟ ଜାରି ରହିଛି ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି । କେବଳ ଏତିକି ନୁହେଁ ବରଂ ଏହା ତଦନ୍ତରେ କେନ୍ଦ୍ରୀୟ ଏଜେନ୍ସି ଏବଂ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ ବିଭାଗକୁ ସାହାଯ୍ୟ କରିବ ବୋଲି ଅମିତ ଶାହା କହିଛନ୍ତି । ସେପଟେ ନ୍ୟାଶନାଲ ଇନଭେଷ୍ଟିକେଶନ ଏଜେନ୍ସିର ୧୩ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶାହା ଏପରି କହିଥିବାର ଦେଖିବାକୁ ମିଳିଛି । ତେବେ ଆତଙ୍କବାଦୀଙ୍କ ତଦନ୍ତରେ ଏହି ଡାଟାବେସ ସାହାଯ୍ୟ କରିବ । ଏନଆଇଏ, କେନ୍ଦ୍ରୀୟ ଆତଙ୍କବାଦ ବିରୋଧୀ ଅନୁସନ୍ଧାନ ଏଜେନ୍ସି ନ୍ୟାସନାଲ ଇଣ୍ଟେଲିଜେନ୍ସ ଗ୍ରୀଡ ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ ଏହା ଉପରେ କାର୍ଯ୍ୟ କରୁଛନ୍ତି ବୋଲି ଅମିତ ଶାହା କହିଛନ୍ତି ।

ଅନ୍ୟପଟେ ଗତ ୧୩ ବଷର୍କ ମଧ୍ୟରେ ଆତଙ୍କବାଦ ସମ୍ବନ୍ଧୀୟ ମମାଲାରେ ଏହାର ଅନୁସନ୍ଧାନରେ ଉଲ୍ଲେନୀୟ ଅବଦାନ ପାଇଁ ଶାହା ଏନଆଇଏକୁ ପ୍ରଶଂସା କରିଛନ୍ତି । ୨୬/୧୧ ମୁମ୍ବାଇ ଆକୟମଣ ପରେ ୨୦୦୯ରେ ଗଠିତ ଏନଆଇଏ ଦ୍ୱାରା ବିଭିନ୍ନ ମାମଲାରେ ୯୩ ପ୍ରତିଶତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ୨୦୦୯ ଠାରୁ ଏହା ୪୦୦ରୁ ଅଧିକ ମାମଲାର ଅନୁସନ୍ଧାନ କରିଛି ଏବଂ ସେଥିମଧ୍ୟରୁ ପ୍ରାୟ ୩୪୯ ଟି ଚାର୍ଜସିଟ ଦାଖଲ କରାଯାଇଛି । ଏହା ସହ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ପାଣ୍ଠି ମାମଲାର ଯାଞ୍ଚ ପାଇଁ ଶାହା ଏନଆଇଏକୁ ପ୍ରଶଂସା କରିଥିବାର ଦେଖିବାକୁ ମିଳିଛି । ସେପଟେ କମ ସମୟ ମଧ୍ୟରେ ଏନଆଇଏ ନିଜକୁ ଏକ ଆନ୍ତର୍ଜାତୀୟ ଏଜେନ୍ସି ଭାବରେ ପ୍ରତିଷ୍ଠିତ କରିଛି ଏବଂ ଆତଙ୍କବାଦ, ଆତଙ୍କବାଦୀ ପାଣ୍ଠି ଏବଂ ମାଓବାଦ ସମ୍ବନ୍ଧୀୟ ମାମଲାର ଯାଞ୍ଚ ପାଇଁ କଠିନ ପରିଶ୍ରମ କରିଛି । ଶାହା କହିଛନ୍ତି ଯେ ଭାରତକୁ ଆତଙ୍କବାନମୁକ୍ତ କରିବା ପାଇଁ ସରକାର ସବୁକିଛି କରୁଛନ୍ତି କଏବଂ ଆତଙ୍କବାଦ ମୁକାବିଲା ପାଇଁ ଏନଆଇଏର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts