ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସଦ୍ୟ ସମାପ୍ତ ଗୁଜରାଟ ବିଧାନସଭା ନିର୍ବାଚନରେ ମୁସଲିମ ଭୋଟ୍‌ ବିଭାଜନ ପାଇଁ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କ ଉପରେ ଅଙ୍ଗୁଳି ଉଠିବା ପରେ ସେ ଏହାର ଜବାବ ରଖିଛନ୍ତି। ସେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ବିଜେପି ଜିତିବା ପଛରେ ଅଧିକ ହିନ୍ଦୁ ଭୋଟ୍ ପାଇଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ କିଏ ସବୁଠାରୁ ବଡ଼ ହିନ୍ଦୁ ସେନେଇ କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ ରାଜନୈତିକ ପ୍ରତିଯୋଗିତା ଚାଲୁଛି। ବିଜେପି ଗୁଜରାଟରେ ଅଧିକ ହିନ୍ଦୁ ଭୋଟ ପାଇଥିବାରୁ ସେ ବିଜୟୀ ହୋଇଥିବା ସେ କହିଛନ୍ତି। ତେବେ ତେଲେଙ୍ଗାନା, ହାଇଦ୍ରାବାଦ କିମ୍ବା କେରଳ ଭଳି ରାଜ୍ୟରେ ବିଜେପି କଦାପି ପ୍ରବେଶ କରିବ ନାହିଁ। ମୁସଲମାନ ସମ୍ପ୍ରଦାୟ ସହିତ ବିଜେପିର କୌଣସି ସମ୍ପର୍କ ନାହିଁ। ବିଜେପି ଭଳି ଆପ୍‌ ଏବଂ କଂଗ୍ରେସ ମଧ୍ୟ ସମାନ କାର୍ଯ୍ୟ କରୁଛନ୍ତି ବୋଲି ଓୱେସୀ ଅଭିଯୋଗ କରିଛନ୍ତି।

ସେହିପରି ବିଜେପରି ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଦେଇଥିବା ବୟାନ ‘ଜଣେ ବ୍ୟକ୍ତି ୪ ଜଣ ପତ୍ନୀ ରଖିବା ଅନୈତିକ’ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଓୱେସୀ। ସେ କହିଛନ୍ତି ଯେ, ସାବରୀମାଲା ମନ୍ଦିରରେ ହିନ୍ଦୁ ମାନଙ୍କୁ ପ୍ରବେଶ କରି ସେମାନେ ଦେଖାନ୍ତୁ। ମୁଁ ଗଡ଼କରୀଙ୍କୁ ଏହା ଚାଲେଞ୍ଜ କରୁଛି। ଏବେ ମୋଦିଙ୍କ ଅପେକ୍ଷା ସବୁଠାରୁ କିଏ ବଡ଼ ହିନ୍ଦୁ ହୋଇପାରିବ ସେନେଇ ପ୍ରତିଯୋଗିତା ଚାଲୁଛି। ଏବେ ଭାରତୀୟ ଜାତୀୟତା କୁଆଡ଼େ ଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଆପଣଙ୍କ ସଂସ୍କୃତି ସସ୍କୃତି କିନ୍ତୁ ମୋ ସଂସ୍କୃତି ସଂସ୍କୃତି ନୁହଁ। ମୁସଲିମଙ୍କ ପତ୍ନୀ ହେଉଛନ୍ତି ଆଇନସିଦ୍ଧ। ସେମାନେ ସମ୍ପତ୍ତିରୁ ଭାଗ ପାଉଛନ୍ତି ବୋଲି ଓୱେସୀ କହିଛନ୍ତି। ବିଜେପିକୁ ଟାର୍ଗେଟ କରି ଓୱେସୀ କହିଛନ୍ତି ଯେ, ସେମାନେ ୟୁନିଫର୍ମ ସିଭିଲକୋଡ୍‌ କଥା କହୁଛନ୍ତି କିନ୍ତୁ ଲଭ ଜିହାଦକୁ ନେଇ ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି।