ବିଜେପି ବିଧାୟକ ରାଜା ସିଂହଙ୍କୁ ନେଇ ଅସଦୁଦ୍ଦିନ ଓୱେସୀଙ୍କ ପ୍ରତିକ୍ରିୟା: ବିଜେପିର ସର୍ଜିକାଲ ଷ୍ଟ୍ରାଇକ୍ କୁ ଫେଲ କରିଦେଲେ ହାଇଦ୍ରାବାଦ ଜନତା

ହାଇଦ୍ରାବାଦ : ବିଜେପି ବିଧାୟକ ରାଜା ସିଂହଙ୍କ ବିବାଦୀୟ ବୟାନ ଓ ତାଙ୍କ ଗିରଫ ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ । ସେ କହିଛନ୍ତି ହାଇଦ୍ରାବାଦରେ ବିଜେପିର ସର୍ଜିକାଲ ଷ୍ଟ୍ରାଇକ୍‌କୁ ବିଫଳ କରିଦେଇଛୁ। ଅସଦୁଦ୍ଦିନ କହିଛନ୍ତି ଯଦି ଆପଣ ହିଂସା କଥା କହୁଛନ୍ତି ତାହେଲେ ଆଇନ୍‌ ତାର କାମ କରିବ। ଏହା ଏକ ଖୋଲା ରହସ୍ୟ, ବିଧାୟକ ଟିରାଜା ସିଂହଙ୍କୁ ବିଜେପି ସମର୍ଥନ କରୁଛି। ସେ ଅଶାଳୀନ ଭାଷାରେ ହାଇଦ୍ରାବାଦରେ ବିଜପି ଦ୍ୱାରା ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲେ। କିନ୍ତୁ ମୁଁ ଏଠାକାର ଲୋକମାନଙ୍କୁ ଧନ୍ୟବାଦ ଦେଉଛି। ହାଇଦ୍ରାବାଦର ଲୋକମାନେ ମିଶି ବିଜେପିର ସର୍ଜିକାଲ ଷ୍ଟ୍ରାଇକୁ ବିଫଳ କରିଛନ୍ତି।

ସୂଚନାଥାଉକି, ଚଳିତ ସପ୍ତାହ ଗୁରୁବାର ନିଲମ୍ୱିତ ବିଜେପି ବିଧାୟକ ରାଜା ସିଂହଙ୍କୁ ନିବାରକ ନିରୋଧ ଆଇନ୍‌ ଅଧୀନରେ ଗିରଫ କରାଯାଇଥିଲା। ଏହାର ୨ ଦିନ ପୂର୍ବରୁ ପୈଗମ୍ୱର ମହମ୍ମଦଙ୍କ ବିରୋଧରେ ବିବାଦୀୟ ବୟାନ୍‌ ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଏହାର ଗୋଟିଏ ଘଣ୍ଟା ଭିତରେ ତାଙ୍କୁ ଜାମିନ ମିଳିଥିଲା। ସେଥିପାଇଁ ହାଇଦ୍ରାବାଦର ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନ କରାଯାଇଥିଲା।

ପୋଲିସ ଅଧିକାରୀ କହିଛନ୍ତି ଟି ରାଜା ସିଂହଙ୍କ ବିରୋଧରେ ପିଡି(PD) ଆକ୍ଟ ଲାଗିଥିଲା। ମଙ୍ଗଳାହାଟ ପୋଲିସ ଥାନାରେ ରାଜା ସିଂହଙ୍କ ବିରୋଧରେ ଏକଉପଦ୍ରବୀ ପତ୍ର ଆଧାରରେ ପୋଲିସ ବୟାନରେ କୁହାଯାଇଥିଲାଯେ, ସେ ସବୁବେଳେ ଉସୁକାଇବା ଭଳି ବିବାଦୀୟ ବୟାନ ଦେଇ ବିଭିନ୍ନ ସମୁଦାୟ ମଧ୍ୟରେ ଭେଦଭାବ ସୃଷ୍ଟି କରୁଛନ୍ତି। ଯାହାଫଳରେ ସାର୍ବଜନୀକ ଅବ୍ୟବସ୍ଥା ସୃଷ୍ଟି ହେଉଛି। ପୋଲିସ ଏକ ପରିସଂଖ୍ୟାନ ଆଧାରରେ କହିଛି ୨୦୦୪ରେ ଟି ରାଜା ସିଂହଙ୍କ ବିରୋଧରେ ୧୦୧ ଅପରାଧିକ ମାମଲା ମଧ୍ୟରୁ ୧୮ଟି ସାମ୍ପ୍ରଦାୟିକ ଅପରାଧ ରହିଛି।

Related Posts