
ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ): ଇତିହାସ ରଚିଲେ ଭାରତର ଏକ ନମ୍ବର ମହିଳା ଟେନିସ ଖେଳାଳି ମନିକା ବାତ୍ରା। ବ୍ୟାଙ୍କକକ୍ଠାରେ ଗୁରୁବାରଠୁ ଆରମ୍ଭ ହୋଇଥିବା ଏସଆନ୍ କପ୍ ଟେବୁଲ ଟେନିସ ପ୍ରତିଯୋଗିତାରେ ପ୍ରଥମ ଭାରତୀୟ ଭାବେ ସେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଆଜିର କ୍ବାର୍ଟର ଫାଇନାଲ୍ ମୁକାବିଲାରେ ସେ ଚାଇନିଜ୍ ତାଇପେର ଚେନ୍ ଜୁ ୟୁଙ୍କୁ ୪-୩ ସେଟ୍ ରେ ପରାସ୍ତ କରିଛନ୍ତି।
ଆଜି ଆଇଟିଟିଏଫ୍-ଏଟିଟିୟୁ ଏସିଆ କପ୍ର ସେମି ଫାଇନାଲ୍ରେ ବିଶ୍ଵ ରାଙ୍କିଂ ରେ ୪୪ ନମ୍ବର ସ୍ଥାନରେ ଥିବା ମନିକା ୨୩ ନମ୍ବର ମାନ୍ୟତାପ୍ରାପ୍ତ ଚାଇନିଜ୍ ତାଇପେର ଚେନ୍ ଜୁ ୟୁଙ୍କୁ ଯଥାକ୍ରମେ ୬-୧୧, ୧୧-୬, ୧୧-୫, ୧୧-୭, ୮-୧୧, ୯-୧୧, ୧୧-୯ ସେଟ୍ ରେ ପରାସ୍ତ କରିଛନ୍ତି।
ତେବେ ପୂର୍ବରୁ ମନିକା ଆଶ୍ଚର୍ଯ୍ୟଜନକ ଭାବେ ବିଶ୍ବର ୭ ନମ୍ବର ଚୀନ୍ର ଚେନ୍ ଜିଙ୍ଗଟଙ୍ଗଙ୍କୁ ପରାସ୍ତ କରି କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଥିଲେ।