
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଶ୍ୱ ଟେବୁଲ ଟେନିସ ଚାମ୍ପିୟନ୍ସିପ୍ରେ ଭାରତର ଅଭିଯାନ ଶେଷ ହୋଇଛି। ଗୁରୁବାର ପ୍ରି-କ୍ୱାର୍ଟର ଫାଇନାଲ୍ ଚୀନ ଠାରୁ ପରାସ୍ତ ହେବା ପରେ ପ୍ରତିଯୋଗିତାରୁ ବାଦ ପଡ଼ିଛି ଭାରତୀୟ ପୁରୁଷ ଟେବୁଲ ଟେନିସ ଦଳ। ଆଜିର ମ୍ୟାଚ୍ରେ ଭାରତୀୟ ଦଳ ଉପରେ ସହଜରେ ବିଜୟ ହାସଲ କରି ନେଇଛି ଚୀନ। ମ୍ୟାଚ୍କୁ ୩-୦ରେ ଜିତି ଚୀନ ବିଶ୍ୱ ଟେବୁଲ ଟେନିସ ଚାମ୍ପିୟନ୍ସିପ୍ର କ୍ୱାର୍ଟରଫାଇନାଲ୍ରେ ପ୍ରବେଶ କରିଛି।
ଭାରତର ହରମୀତ ଦେସାଇ ମ୍ୟାଚ୍ ଆରମ୍ଭ କରିଥିଲେ ମଧ୍ୟ ମାତ୍ର ୧୫ ମିନିଟ୍ରେ ଚୀନର ଫାନ୍ ଝେଣ୍ଡୋଙ୍ଗ ତାଙ୍କୁ ୧୧-୨,୧୧-୯, ୧୧-୫ ସ୍କୋରରେ ପରାସ୍ତ କରିଛନ୍ତି। ସେହିପରି ଜି ସାଥିୟାନଙ୍କ ମୁକାବିଲା ଚୀନର ମା ଲଙ୍ଗଙ୍କ ସହ ହୋଇଥିଲେ ସେ ବି ପରାସ୍ତ ହୋଇଛନ୍ତି। ତେବେ ଚୀନର ଚୁକ୍ୱିନ୍ ମ୍ୟାଚ୍ ଶେଷ କରିଥିଲେ। ଏହି ବିଜୟ ସହ ଚୀନ ବିଶ୍ୱ ଟେବୁଲ ଟେନିସ ଚାମ୍ପିୟନ୍ସିପ୍ରେ କ୍ୱାର୍ଟରଫାଇନାଲ୍ରେ ପ୍ରବେଶ କରିଛି।