ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ଟେବୁଲି ଟେନିସରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଶରତ କମଲ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଚମକୁଛନ୍ତି ଭାରତୀୟ ଖେଳାଳି । ଦମଦାର ପ୍ରଦର୍ଶନ ସହ ଗୋଟିଏ ପରେ ଗୋଟିଏ ପଦକ ହାସଲ କରିବାରେ ଲାଗିଛନ୍ତି । ଭାରତର ପଦକ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଏବେ ଟେବୁଲି ଟେନିସରେ ଶରତ କମଲ ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ଲିୟାମ ପିଚଫୋର୍ଡଙ୍କୁ ହରାଇ ବିଜୟୀ ହୋଇଛନ୍ତି । ଏହିପରି ଏବେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ସ୍ୱର୍ଣ୍ଣ ପଦକ ସଂଖ୍ୟା ୨୧ ହୋଇଛି । ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଞ୍ଚିତା ଶରତ କମଲଙ୍କ ଏହା ସପ୍ତମ ପଦକ । ଏହା ପୂର୍ବରୁ ଅଞ୍ଚିତା ଶରତ କମଲ ୨୦୦୬, ୨୦୧୦, ୨୦୧୪ ଏବଂ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ନିଜ ନାଁରେ କରିଥିଲେ । ଏହିପରି ସେ ଲଗାତାର ପଞ୍ଚମ ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦତ ଜିତିଛନ୍ତି। ୨୦୦୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ଶରତ କମଲ ପ୍ରଥମ ଥର ପାଇଁ ପଦକ ଜିତିଥିଲେ । ତେବେ ଶରତ କମଲ ଚଳିତଥର ୪୦ ବର୍ଷ ବୟସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ।

Related Posts