ଏସିଆ କପ୍ ଟି ୨୦; ଭାରତୀୟ ଦଳକୁ ଝଟକା, ଦଳରୁ ବାଦ୍ ପଡ଼ିଲେ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏସିଆ କପ୍ ଟି ୨୦ରେ ଭାରତ ପ୍ରଥମ ଦୁଇଟି ମୁକାବିଲା ଜିତି ସାରିଛି। ଏଥି ସହିତ ସୁପର-୪ରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ଭାରତୀୟ ଦଳ ନିଜର ପରବର୍ତ୍ତୀ ମୁକାବିଲାରେ ଆଜି ହେବାକୁ ଥିବା ପାକିସ୍ତାନ ଏବଂ ହଂକଂ ମୁକାବିଲା ର ବିଜେତାକୁ ଭେଟିବ। ମାତ୍ର ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ଏକ ଜୋରଦାର ଝଟକା ଲାଗିଛି। ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆହତ କାରଣରୁ ଏସିଆ କପରୁ ବାଦ୍ ପଡିଛନ୍ତି। ଜାଡେଜାଙ୍କ ବଦଳରେ ଅଲରାଉଣ୍ଡର ଅକ୍ଷର ପଟେଲ୍‌ଙ୍କୁ ଦଳରେ ସାମିଲ୍ କରାଯାଇଛି। ବିସିସିଆଇ ପକ୍ଷରୁ ଶୁକ୍ରବାର ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହାର ସୂଚନା ଦେଇଛି।

Related Posts