
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ଏସିଆ କପ ମହିଳା ଟି-୨୦ ମୁକାବିଲାରେ ଭାରତର ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ରାଉଣ୍ଡ ରବିନ ଷ୍ଟେଜର ଅନ୍ତିମ ମ୍ୟାଚରେ ଥାଇଲାଣ୍ଡ ବିପକ୍ଷରେ ଭାରତ ବୃହତ ବିଜୟ ହାସଲ କରିଛି । ସେମିଫାଇନାଲରେ ପ୍ରବେଶ କରି ସାରିଥିବା ଭାରତ ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ଏହାପରେ ଥାଇଲାଣ୍ଡ ଟିମ ୧୫.୧ ଓଭରରେ ମାତ୍ର ୩୭ ରନରେ ଅଲଆଉଟ ହୋଇ ଯାଇଥିଲେ ।ସ୍ନେହ ରାଣା ୩ଟି ଏବଂ ରାଜେଶ୍ୱରୀ ଗାଏକ୍ୱାଡ, ଦୀପ୍ତି ଶର୍ମା ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।
ଏହାର ଜବାବରେ ଟିମ ଇଣ୍ଡିଆ ୬ ଓଭରରେ ଗୋଟିଏ ୱିକେଟ ହରାଇ ବିଜୟ ହାସଲ କରି ନେଇଥିଲା । ଏସ ମେଘନା ୨୦ ଓ ପୂଜା ବସ୍ତ୍ରାକର ୧୨ ରନ କରି ନଟଆଉଟ ରହିଥିଲେ । ଶେଫାଳୀ ବର୍ମା ୮ରନ କରି ଆଉଟ ହୋଇଥିଲେ । ଲିଗ ପର୍ଯ୍ୟାୟର ୬ଟି ମ୍ୟାଚରୁ ଭାରତ ୫ଟି ମ୍ୟାଚ ଜିତିଥିବା ବେଳେ କେବଳ ପାକିସ୍ତାନ ନିକଟରୁ ପରାଜିତ ହୋଇଥିଲା ।