ଭାରତର ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହେଲା ଗଞ୍ଜାମ ଜିଲ୍ଲାର ଆସ୍କା ଆଦର୍ଶ ଥାନା

ଭୁବନେଶ୍ୱର,୨୧/୧(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ପୋଲିସ ପାଇଁ ଗର୍ବର ବିଷୟ। ଗଞ୍ଜାମ ଜିଲ୍ଲାର ଆସ୍କା ଆଦର୍ଶ ପୋଲିସ ଷ୍ଟେସନ ଭାରତର ଶ୍ରେଷ୍ଠ ଥାନା ଭାବେ ବିବେଚିତ ହୋଇଛି । ଗତ ୬ ତାରିଖର ଘୋଷଣା ନାମା ଅନୁଯାୟୀ ୨୦୨୨ ବର୍ଷ ପାଇଁ ଦେଶର ତିନିଟି ଶ୍ରେଷ୍ଠ ଥାନା ମଧ୍ୟରେ ରହିଥିଲା ଆସ୍କା ଥାନା । ଶୁକ୍ରବାର ଦିଲ୍ଲୀରେ ଆୟୋଜିତ ଡିଜିପି ସମ୍ମିଳନୀରେ ଓଡ଼ିଶାର ଆସ୍କା ଥାନା ସର୍ବଶ୍ରେଷ୍ଠ ଥାନା ବୋଲି ଘୋଷଣା ହୋଇଛି। ତେବେ ୧୯୩୬ ମସିହା ପରଠାରୁ ପ୍ରଥମ ଥର ପାଇଁ ଓଡ଼ିଶାର ଏକ ପୋଲିସ ଷ୍ଟେସନ ସାରା ଭାରତରେ ଶ୍ରେଷ୍ଠ ବିବେଚିତ ହୋଇଛି ।

ଦେଶର ଶ୍ରେଷ୍ଠ ପୋଲିସ ଷ୍ଟେସନ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସର୍ଭେ କରାଯାଇଥିଲା। ପ୍ରତ୍ୟେକ ପୋଲିସ ଷ୍ଟେସନ ପାଇଁ ୧୬୫ ମାପଦଣ୍ଡକୁ ବିଚାରକୁ ନିଆଯାଇଥିଲା। ନୂଆଦିଲ୍ଲୀରେ ଶୁକ୍ରବାର ପୋଲିସ ଡିଜି ଓ ଆଇଜିପିଙ୍କ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସ୍କା ଥାନାକୁ ଶ୍ରେଷ୍ଠ ଥାନା ଭାବେ ପୁରସ୍କାର ପ୍ରଦାନ କରିଛନ୍ତି। ଆସ୍କା ଥାନା ଆଇଆଇସି ପ୍ରଶାନ୍ତ ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

Related Posts