ପୁଣି ଭିଜିଲାନସ ଜାଲରେ ଆଉ ଜଣେ ସରକାରୀ ବାବୁ | ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଘରେ ପଶିଛି ଭିଜିଲାନ୍ସ | ଜବତ ସମୟରେ ଘରୁ ପୁଳା ପୁଳା ଟଙ୍କା ସାଙ୍ଗକୁ ସୁନା ବି ଜବତ ହେଲାଣି | ହେଲେ ବିପୁଳ ପରିମାଣର ଟଙ୍କା ଓ ସୁନା କେଉଁଠି ଆସିଲା ତାହାର ଉତ୍ତର ଦେବାକୁ ରାଜି ନୁହନ୍ତି ବାବୁଜଣକ । ଏହି ଅଧିକାରୀଜଣକ ହେଉଛନ୍ତି ଓଡ଼ିଶା ମୋଟର ଭେଇକିଲ ଡିପାର୍ଟମେଣ୍ଟ (OMVD)ର ଏଏସ୍ଆଇ ହରେକୃଷ୍ଣ ନାୟକ ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ସକାଳୁ ହରେକୃଷ୍ଣଙ୍କ ମଙ୍ଗଳାବାଗ ଥାନା ଫ୍ରେଣ୍ଡସ୍ କଲୋନୀସ୍ଥିତ ଘରେ ଭିଜିଲାନ୍ସ ପଶିଛି। ଏଥିସହ ଏକ ସଙ୍ଗେ ୬ଟି ସ୍ଥାନରେ ଚାଲିଛି ରେଡ |
ତେବେ ଅଧିକାରୀ ଜଣଙ୍କ ଭିଜିଲାନ୍ସଙ୍କୁ ଦେଖି ଘରେ ଥିବା ଟଙ୍କା ଫୋପାଡ଼ି ଦେଇଥିବା ଜଣାପଡ଼ିଛି । ଭିଜିଲାନ୍ସ ଅଧିକାରୀ ଏହି ଜାଣି ପାରି ଘର ଛାତ ଉପରୁ ତଥା ଚତୁଃପାର୍ଶ୍ୱରୁ ତାହାକୁ ଜବତ କରିଛନ୍ତି। ଚଢ଼ଉ ବେଳେ ତାଙ୍କ ଘରୁ ନଗଦ ୪ ଲକ୍ଷ ୪୬ ହଜାର ଟଙ୍କା ଜବତ ହେଲାଣି। ଏହି ଚଢ଼ାଉରେ ୩ ଜଣ ଡିଏସ୍ପି ଓ ୧୦ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।
କଟକ ବାଦ ଝାରସୁଗୁଡ଼ା, କଟକ, ପୁରୀ, ଗଞ୍ଜାମ ଆଦି ୬ଟି ସ୍ଥାନରେ ଥିବା ହରେକୃଷ୍ଣଙ୍କ ଘର ଉପରେ ଚାଲିଛି ରେଡ୍ |





