କେନ୍ଦ୍ରାପଡା କଲେଜ ପରିସରରେ ଥିବା ଷ୍ଟ୍ରଙ୍ଗରୁମ ନିକଟରେ ଚିରା ବାଲାଟ ପେପର ପଡିବା ଘଟଣା: ଦଳୀୟ ପ୍ରାର୍ଥୀ ଓ କର୍ମୀମାନଙ୍କ ହୋହାଲ୍ଲା

ରାଜ୍ୟରେ ଶେଷ ହୋଇଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ | ପାଞ୍ଚଟି ପର୍ଯାୟରେ ନିର୍ବାଚନ ଶେଷ ହୋଇଥିବା ବେଳେ, ଏବେ କେବଳ ବାକି ରହିଛି ଭୋଟ ଗଣତି | ଭୋଟ ଗଣତି ପାଇଁ ମଧ୍ୟ ଏବେ ପ୍ରସ୍ତୁତି ଜୋର ଧରିଥିବା ବେଳେ, ଷ୍ଟ୍ରଙ୍ଗ ରୁମ ମାନଙ୍କରେ ପହଁଚିଯାଇଛି ବକ୍ସ | ସେପଟେ କେନ୍ଦ୍ରାପଡା କଲେଜ ପରିସରରେ ହୋଇଥିବା ଷ୍ଟ୍ରଙ୍ଗରୁମ ନିକଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ | ଚିରା ବାଲାଟ ପେପର କଲେଜ ପରିସରରେ ପଡିଥିବା ଦେଖିବାକୁ ମିଳିଛି | ଯାହାକୁ ନେଇ ଏବେ ଅଂଚଳରେ ଉତେଜେନା ପ୍ରକାଶ ପାଇଛି | ଘଟଣାକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଯାଇଛି |

ଆଜି ସକାଳୁ ଏହି ଘଟଣା ସାମ୍ନାକୁ ଆସିବା ପରେ ବିଭିନ୍ନ ଦଳର ପ୍ରାର୍ଥୀ ଓ କର୍ମୀମାନେ ଷ୍ଟ୍ରଙ୍ଗରୁମ ନିକଟରେ ପହଂଚି ହୋହଲ୍ଲା କରିଥିଲେ । ତେବେ କୋହଳ ସୁରକ୍ଷା ବ୍ୟବସ୍ଥା ଯୋଗୁ ଏପରି ଘଟିଥିବା ପ୍ରାର୍ଥୀ ମାନେ ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ବିଡ଼ିଓ, ଉପଜିଲ୍ଲାପାଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହି ବାଲଟ ପେପର ଅସଲି ନା ନକଲି ତାହା ଜଣା ପଡିନାହିଁ | ଯାଞ୍ଚ ପରେ ଏବଂ ଏହି ପେପର ସବୁ କୋଉଠି ଆସିଲା ସେନେଇ ତଥ୍ୟ ସାମ୍ନାକୁ ଆସିବ |

Related Posts