ଆସାମ ସରକାରଙ୍କ ବଡ଼ ଘୋଷଣା: ସରକାରୀ ମେଡିକାଲ କଲେଜଗୁଡ଼ିକରେ ଡାକ୍ତରଙ୍କ ଅବସର ବୟସ ୭୦ବର୍ଷକୁ ବୃଦ୍ଧି

ଗୁଆହାଟୀ : ଆସାମ ସରକାରଙ୍କ ବଡ଼ ଘୋଷଣା । ରାଜ୍ୟର ସରକାରୀ ମେଡିକାଲ କଲେଜଗୁଡ଼ିକରେ ଡାକ୍ତରଙ୍କ ଅବସର ବୟସ ସୀମା ବୃଦ୍ଧି କରିଛନ୍ତି । ୭୦ବର୍ଷକୁ ବୃଦ୍ଧି ପାଇଛି। ଡାକ୍ତରଙ୍କ ଅବସର ବୟସ ବଢ଼ାଇବାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ସରକାର ଏକ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଛନ୍ତି।

ଏକାଡେମିକ ଏବଂ ଡାକ୍ତରୀ ସେବା ପାଇଁ ଅଭିଜ୍ଞ ଡାକ୍ତରଙ୍କ ଉପଲବ୍ଧତା ବୃଦ୍ଧି କରିବାକୁ ସରକାରୀ ମେଡିକାଲ କଲେଜଗୁଡ଼ିକର ଅଧ୍ୟାପକଙ୍କ ଅବସର ବୟସ ୬୫ ରୁ ୭୦ ବର୍ଷକୁ ବୃଦ୍ଧି କରାଯିବ ବୋଲି ଏକ ବିବୃତ୍ତିରେ କୁହାଯାଇଛି।

ଆସାମ ମନ୍ତ୍ରୀ ପୀୟୁଷ ହଜାରିକା କହିଛନ୍ତି ଯେ ରାଜ୍ୟରେ ମେଡିକାଲ କଲେଜ ସଂଖ୍ୟା ବୃଦ୍ଧି ପାଇଛି, କିନ୍ତୁ ଅଭିଜ୍ଞ ଡାକ୍ତରଙ୍କ ସଂଖ୍ୟା କମ ରହିଛି। ତେଣୁ ଏହି ଅଭାବକୁ ପୂରଣ କରିବା ପାଇଁ ସରକାରୀ ମେଡିକାଲ କଲେଜଗୁଡ଼ିକରେ ଅଧ୍ୟାପକା ଥିବା ଡାକ୍ତରଙ୍କ ଅବସର ବୟସ ବୃଦ୍ଧି କରାଯାଇଛି ।

Related Posts